ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଅଦଳବଦଳ ହୋଇଛି । ୫ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିବା ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ମଧୂସୂଦନ ଦାସଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ଝାରସୁଗୁଡା ଉପଜିଲ୍ଲାପାଳ, ଝାରସୁଗୁଡା ଉପଜିଲ୍ଲାପାଳ ଦୟାମୟ ପାଢିଙ୍କୁ ବଲାଙ୍ଗୀର ଜିଲ୍ଲା ଟିଟଲାଗଡର ଉପଜିଲ୍ଲାପାଳ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବିଡିଓ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ମୟୂରଭଞ୍ଜ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।