ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲା ସରକାରୀ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବାରୁ ରୋଗୀ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ ଆଜି ରାଉରକେଲା ସରାକାରୀ ଡାକ୍ତରଖାନାକୁ କିଛି କୁକୁର କାମୁଡା ରୋଗୀ ଇଞ୍ଜେକ୍ସନ ନେବାକୁ ଆସିଥିଲେ । ମାତ୍ର ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ମହଜୁଦ ନଥିଲା ।
ଯାହାଫଳରେ ଆସିଥିବା ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେମାନେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ । ପାଖାପାଖି ୫୦ ଜଣ କୁକୁର କାମୁଡା ରୋଗୀ ଇଞ୍ଜେକ୍ସନ ନଥିବାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଡାକ୍ତରଖାନା ଇନଚାର୍ଜ ବହୁତ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ରୋଗୀ ।