ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅକାଳ ମୃତ୍ୟୁର ଠିକଣା ରେଳଧାରଣା । ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ଟିକିଏ ଅନ୍ୟମନସ୍କତା ହିଁ ପୂରା ରେଳଧାରଣାକୁ ରକ୍ତରଞ୍ଜିତ କରୁଛି । ରେଳ ଲାଇନରେ ଗୋଟିଏ ଦିନରେ ୩ଟି ମୁଣ୍ଡ ଗଡିଛି । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଭୁବନେଶ୍ୱରରେ ।
ତେବେ ୨ଜଣଙ୍କ ପରିଚୟ ମିଳିଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିନାହିଁ । ପ୍ରଥମ ଘଟଣା ଘଟିଛି ମଁଚେଶ୍ୱର ଷ୍ଟେସନରେ । ଭଦ୍ରକର ନିରାକାର ତ୍ରୀପାଠି ନାମକ ଜଣେ ବ୍ୟକ୍ତିଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଲିଙ୍ଗରାଜ ଷ୍ଟେସନରେ ସୁରେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ସରକନ୍ତରା ପାଖରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ବୟସ ଆନୁମାନିକ ୩୦ ହେବ ବୋଲି ପୁଲିସ ଅନୁମାନ କରୁଛି । ଗୋଟିଏ ଦିନରେ ୩ଟି ମୃତଦେହ ରେଳଧାରଣାରୁ ମିଳିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।