ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାର୍ଗିଲରେ ବିଜୟ ହାସଲ କରିବାରେ ଆଜିକୁ ୨୦ ବର୍ଷ ପୁରିଛି । ଏହି ଦିନକୁ ସାରା ଦେଶରେ ବିଜୟ ଦିବସ ପାଳନ କରାଯାଉଛି । ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ସକାଳୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ।୨୬ ଜୁଲାଇ ୧୯୯୯ରେ ଭାରତୀୟ ସେନା ଶତୃକୁ ପରାସ୍ତ କରି କାର୍ଗିଲକୁ ବିଜୟ କରିଥିଲେ । ଏହି ଅବସରରେ ସାଧାରଣ ଜନତା, ସେଲିବ୍ରିଟି ଏବଂ ନେତା ଓ ମନ୍ତ୍ରୀ ସମସ୍ତେ ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଭିକି କୌଶଲ: ବଲିଉଡ ଅଭିନେତା ଏବଂ ଉରୀ ଫିଲ୍ମରେ ଆର୍ମି ଅଫିସର ଭାବେ ନଜର ଆସିଥିବା ଭିକି କୌଶଲ ବି କାର୍ଗିଲ ଦିବସ ଅବସରରେ ଯବାନ ମାନଙ୍କୁ ମନେପକାଇଛନ୍ତି ।
Remembering the courage and sacrifice of the real heroes who laid down their lives fighting for the nation. Salute. Jai Hind. #KargilVijayDiwas 🇮🇳 pic.twitter.com/dZZeNEQj73
— Vicky Kaushal (@vickykaushal09) July 26, 2019
ଦେବେନ୍ଦ୍ର ଫଡର୍ଣ୍ଣାବିସ୍: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ୍ ବି କାର୍ଗିଲ ବିଜୟ ଦିବସ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ରାମନାଥ କୋବିନ୍ଦ: ଏହି ବିଜୟ ଦିବସକୁ ମନେପକାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଛନ୍ତି ।
ବିପିନ୍ ରାୱତ: କାର୍ଗିଲ ଦିବସ ଅବସରରେ ସେନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଆର୍ମି ଚିଫ୍ ଜେନେରାଲ ବିପିନ୍ ରାୱତ କହିଛନ୍ତି କି, ଯିଏ ବି ସେନାଙ୍କ ବିପକ୍ଷରେ ବନ୍ଧୁକ ଉଠାଇବ ସେ ଅଧିକ ସମୟ ରହିବ ନାହିଁ । ଆମେ ତାର ବନ୍ଧୁକ ଏବଂ ତାକୁ ସମ୍ପୂର୍ଣ୍ଣ ଅଲଗା କରିଦେବୁ । କିନ୍ତୁ ଆମେ ଅନ୍ୟ ଉପାୟ ବି ଆପଣାଉଛୁ ।
ରାଚଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଗିଲ ଦିବସ ଅବସରରେ ଦିଲ୍ଲୀର ଇଣ୍ଡିଆ ଗେଟ୍ ସ୍ଥିତ ୱାର ମେମୋରିଆଲ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରକ୍ଷାମନ୍ତ୍ରୀଙ୍କ ସହିତ ସେନାଙ୍କ ବଡ ଅଧିକାରୀ ବି ଉପସ୍ଥିତ ଥିଲେ ।
ନରେନ୍ଦ୍ର ମୋଦି: କାର୍ଗିଲ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି , ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମୋତେ ସେଠାକୁ ଯିବାର ଏବଂ ଆମ ସେନାଙ୍କ ସାଥୀରେ ରହିବାର ମଉକା ମିଳିଥିଲା । ଏହା ସେଭଳି ସମୟ ଥିଲା ଯେବେ ମୁଁ ମୋ ଦଳ ପାଇଁ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ରେ କାମ କରୁଥିଲି । କାର୍ଗିଲ ଗସ୍ତ ଏବଂ ଯବାନଙ୍କ ସହିତ ରହିବା ଏକ ଅବିସ୍ମରଣୀୟ ସ୍ମୃତି ଥିଲା ।
During the Kargil War in 1999, I had the opportunity to go to Kargil and show solidarity with our brave soldiers.
This was the time when I was working for my Party in J&K as well as Himachal Pradesh.
The visit to Kargil and interactions with soldiers are unforgettable. pic.twitter.com/E5QUgHlTDS
— Narendra Modi (@narendramodi) July 26, 2019
ସନି ଦେଓଲ: ପଞ୍ଜାବ ଗୁରୁଦାସପୁରର ସାଂସଦ ଏବଂ ବଲିଉଡ ଅଭିନେତା ସନି ଦେଓଲ କାର୍ଗିଲ ଦିବସ ଅବସରରେ ସେନାଙ୍କ ସାହାସକୁ ମନେପକାଇଛନ୍ତି ।
Remembering the triumph of bravehearts who fought for the nation. Jai Hind!#KargilVijayDiwas pic.twitter.com/T57VapLEaF
— Sunny Deol (@iamsunnydeol) July 26, 2019