ଭୁବନେଶ୍ୱର (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣିଥରେ ଆକ୍ସନ ମୁଡରେ କମିଶନରେଟ ପୋଲିସ । ରାଜଧାନୀର ଛାତି ଉପରେ ଚାଲିଥିବା ବେଆଇନ ବାର ଉପରେ କରିଛି ଅତର୍କିତ ଚଢ଼ାଉ । ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିବା ସୂଚନା ମିଳିଛି । ପାଖାପାଖି ୧୧ଟି ବାର ଉପରେ କରାଯାଇଥିଲା ଚଢ଼ାଉ । ତେବେ ୧୧ଟି ବାରରୁ ୯୬ରୁ ଅଧିକ ବାର ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ । ଡେରିରେ ହେଉ ବରଂ ପୋଲିସର ଏଭଳି ତତ୍ପରତା ପରେ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।
ଲକ୍ଷ୍ମୀସାଗର ଏବଂ କଟକ ରୋଡ ଅଞ୍ଚଳରେ ବେଆଇନ ଭାବରେ ଡ୍ୟାନ୍ସ ବାର ଚାଲୁଥିଲା । ତେବେ ସେଠାରେ ଓଡିଶା ବାହାରୁ ଯୁବତୀମାନେ ଆସି କାର୍ଯ୍ୟ କରୁଥିଲେ । କେବଳ ଡ୍ୟାନ୍ସ ନୁହେଁ ସେଠାରେ ମଧ୍ୟ କିଛି ଆପତ୍ତିଜନକ କାର୍ଯ୍ୟ କରାଯାଉଥିଲା । ଯୁବତୀମାନେ ଗ୍ରାହାକଙ୍କୁ ମଦ ପରସୁଥିଲେ । ଏବଂ ନିଶା ହେବା ପରେ ଦେହ ବ୍ୟବସାୟ ମଧ୍ୟ କରାଯାଉଥିଲା ବୋଲି ଅଭିଯୋଗ ହୋଇଥିଲା । ବିଶେଷ ସୂତ୍ରରୁ କମିଶନରେଟ ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । କମିଶନରେଟ୍ ପୁଲିସ ଅଧୀନରେ ଥିବା ରାଜଧାନୀର ୪ରୁ ୫ଟି ଥାନାର ପୁଲିସ୍ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ଏହି ବାର୍ଗୁଡ଼ିକରୁ ୯୬ରୁ ଅଧିକ ବାର୍ ଡ୍ୟାନ୍ସର୍ଙ୍କୁ ଉଦ୍ଧାର କରାଯାଇଛି।
ପୋଲିସ ଉଦ୍ଧାର କରିଥିବା ଡ୍ୟାନ୍ସର ସବୁ ନୈନିତାଲ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ, ୱେଷ୍ଟବେଙ୍ଗଲ, ଦିଲ୍ଲୀ, ହରିୟାଣାର ବୋଲି ଜଣାପଡିଛି । ପୋଲିସ ସେମାନଙ୍କ ଆଇଡି ପ୍ରୃଫ ରଖିବା ପରେ ସେମାନଙ୍କୁ ଛାଡି ଦେଇଥିବା ଜଣା ପଡିଛି । ସୂଚନାଯୋଗ୍ୟ ଓଡ଼ିଶା ଅବକାରୀ ଆଇନ୍ ଧାରା୨୫(୩) ଅନୁଯାୟୀ ବାରରେ ଯୁବତୀ କିମ୍ବା ମହିଳାଙ୍କୁ ନେଇ ଡ୍ୟାନ୍ସ କରାଇବା ବେଆଇନ୍ । ଏହି ଆଇନ୍କୁ କେତେକ ବାର୍ ମାନୁ ନଥିବା ପୁଲିସକୁ ସୂଚନା ମିଳିଥିଲା । ବାରମ୍ବାର ଚଢ଼ାଇ ହେବା ସତ୍ୱେ ବାର ମାଲିକମାନେ ପୋଲିସ ନିୟମକୁ ମାନୁନାହାନ୍ତି ।
ପୋଲିସ୍ ଆଖିରେ ଧୂଳି ଦେଇ ବାର ମାଲିକ ମାନେ ବିଶେଷ କରି ଓଡ଼ିଶା ବାହାରୁ ଝିଅ ମାନଙ୍କୁ ଆଣି ଡାନ୍ସ ବାର୍ ଚଳାଉଛନ୍ତି ।ଡ୍ୟାନ୍ସ ବାର୍ ଭିତରେ ଯୁବତୀମାନେ ଅଶ୍ଳୀଳତାର ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ ବାର୍ରେ ମଦ ପରିବେଷଣ ଲାଗି ଅନୁମତି ନ ଥିବା ସତ୍ତ୍ୱେ, ବାର୍ ଡ୍ୟାନ୍ସର୍ଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା। ତେବେ ପୋଲିସ ବିଶେଷ ସୂତ୍ରରୁ ଖବର ପାିବା ପରେ ଚଢ଼ାଉ କରିଥିଲା । ପୂର୍ବରୁ ମଧ୍ୟ ବହୁଥର ଏଭଳି ଚଢ଼ାଉ କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ପୁଣିଥରେ ପୂର୍ବଭଳି ବେପାର ଚାଲିଥାଏ ।