ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଭୋଳାନାଥ ଶିବଙ୍କ ମଥାରେ ପାଣି ଢ଼ାଳିବା ପାଇଁ ବଡ ଖୁସିରେ ଘରୁ ବାହାରିଥିଲେ । ତେବେ ପାଣି ଉଠାଇବା ପୂର୍ବରୁ ଯାଉଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅକାଳରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମୃତକ ଦ୍ୱୟ ହେଲେ ଣଜିତ୍ କୁମାର ରାମ ଓ ଶିବ ସାହୁ। ସେମାନେ ବାଙ୍ଗିରିପୋଷି ଅଞ୍ଚଳର।
ସୂଚନା ଅନୁଯାୟୀ, ଶ୍ରାବଣ ଦ୍ୱିତୀୟ ସୋମବାରରେ ପାଣି ଢ଼ାଳିବା ପାଇଁ ଭକ୍ତମାନେ ବହୁ ଆନନ୍ଦରେ ବାହାରିଥିଲେ । ବାରିଙ୍ଗିପୋଷି ଅଞ୍ଚଳର ୧୦-୧୨ ଜଣ ପାଣି ଢ଼ାଳିବା ପାଇଁ ବାହାରିଥିଲେ । ସେମାନେ ବାରିଙ୍ଗିପୋଷି ଅଞ୍ଚଳରେ ସମସ୍ତେ ବ୍ୟବସାୟ କରନ୍ତିି । ସେମାନେ ଏକ ସବାରୀ ଗାଡିରେ ବାହାରିଥିଲେ । ସେମାନେ ସ୍ଥାନୀୟ ଗୁପ୍ତେଶ୍ୱର ବୋଲବମ ଯିବା ପାଇଁ ବାହାରିଥିଲେ । ଶୁକ୍ରବାର ମଧ୍ୟ ରାତିରେ ବାଙ୍ଗିରିପୋଷି ବଜାରସ୍ଥିତ ଦୋକାନର କର୍ମୀମାନେ ଏକ ଗାଡିରେ ଗୁପ୍ତେଶ୍ୱର ବୋଲବମ୍ ଯାଉଥିବା ସମୟରେ ଦ୍ୱାରଶୁଣୀ ଘାଟି ପାଖରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ୧୦୦ ମିଟର ପର୍ୟ୍ୟନ୍ତ ଘୋଷାରି ନେଇଥିବା ଭକ୍ତଙ୍କୁ।
ସମସ୍ତଙ୍କୁ ସ୍ଥାନୀୟ ଜନସାଧାରଣ, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହଯୋଗରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଯାଇଛି। ର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ବାଙ୍ଗିରିପୋଷିରେ ଶୋକର ଛାୟା ଖେଳି ଯାଇଛି। ତେବେ ଠାକୁରଙ୍କ କାମରେ ଯାଉଥିବା ବେଳେ ଏଭଳି ଅଘଟଣ ହୋଇଥିବାରୁ ଲୋକମାନେ ବିଭିନ୍ନ କଥା ହେଉଥିବା ଶୁଣିବାକୁ ମିଳିଛି ।
ଦ୍ୱାରଶୁଣୀ ଘାଟିରେ ଏଭଳି ବାରମ୍ବାର ଦୁର୍ଘଟଣା ହେଉଛି । ତେବେ ଏଠାରେ ଏଭଳି ଦୁର୍ଘଟଣା ହେଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଛି । ତେବେ ବୋଲବମ ଭକ୍ତଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ଅନ୍ୟ ବୋଲବମ ଭକ୍ତମାନେ ମଧ୍ୟ ଡରି ଯାଇଛନ୍ତିି । ପୂର୍ବରୁ ମଧ୍ୟ ଅନେକ ବୋଳବମ ଭକ୍ତ ଯାଉଥିବା ବେଳେ ରାସ୍ତାରେ ଗାଡି ଚଢ଼ି ଯାଇଥିବାର ନଜିର ରହିଛି । ତେବେ ଭକ୍ତଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।