ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ପରଲୋକ ଘଟିଛି । ମୃତ ବେଳକୁ ତାଙ୍କ ୭୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ଥିଲେ । ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ତାଙ୍କ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ତାଙ୍କ ମୃତ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମାହୋଲରେ ଶୋକର ଛାୟା ଖେଳିଯାଇଛି ।
ଜୟପାଲ ୧୯୯୮ ମସିହାରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ କ୍ୟାବିନେଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିଲେ । ସେ ୧୯୬୯ ରୁ ୧୯୮୪ ମଧ୍ୟରେ ଆନ୍ଧ୍ରପ୍ରଦେଶର କଲାୱାକୁର୍ତ୍ତା ରୁ ଚାରିଥର ବିଧାୟକ ହୋଇସାରିଛନ୍ତି । ଏହାସହିତ ସେ ଚାରିଥର ଲୋକସଭା ସାଂସଦ ଏବଂ ଦୁଇ ଥର ରାଜ୍ୟସଭା ସାଂସଦ ବି ରହି ସାରିଛନ୍ତି । ୨୦୦୯ରେ ଲୋକସଭା ନିର୍ବାଚନରେ ଜୟପାଲ ରେଡ୍ଡୀ ଚେବେଲ୍ଲା ଲୋକସଭା ସିଟ୍ ରୁ ସାଂସଦ ଭାବେ ବଛା ହୋଇଥିଲେ ।
ସେ ୟୁପିଏ୨ ରେ ବି କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରୂପେ କାର୍ଯ୍ୟ କରିଛନ୍ତି । ୨୯ ଅକ୍ଟୋବର ୨୦୧୨ ରୁ ୧୮ ମୋ ୨୦୧୪ ଯାଏଁ ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଏବଂ ପ୍ରାଦ୍ଦୋଗିକ ମନ୍ତ୍ରାଳୟର କେନ୍ଦ୍ର ମନ୍ତ୍ରୀ ବି ରହିଥିଲେ ।
ଜରୁରୀକାଳୀନରେ ଜୟପାଲ ରେଡ୍ଡୀ କଂଗ୍ରେସ ହାତ ଛାଡି ଥିଲେ ଏବଂ ୧୯୭୭ ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।