ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୃହରେ ଉଠିଲା ମଦ କାରବାର ସମ୍ପର୍କରେ । ରାଜ୍ୟରେ ଦିନ ଦିନ ମଦ ବେପାର ବଢ଼ିବା ସହିତ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ମଦ କାରବାରକୁ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି କଂଗ୍ରେସର ଟାଣୁଆଁ ନେତା ତାରା ବହିନୀପତି । ବିଜୁ ସ୍ୱାସ୍ଥ୍ୟ ବୀମାରେ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ହେଲେ ଏଥିରେ ସାଧାରଣ ଜନତା ଲାଭବାନ ହୋଇପାରୁ ନାହାନ୍ତି ।
ମଦ ବିକ୍ରିରୁ ଯେତିକି ଅର୍ଥ ରାଜସ୍ୱ ଆକାରେ ଆଦାୟ ହେଉଛି, ତା’ଠାରୁ ତିନି ଚତୁର୍ଥାଂଶ ଅଧିକ ଟଙ୍କା ମେଡ଼ିକାଲ ବାବଦକୁ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ନିଶା ନିବାରଣ ପାଇଁ ରାଜ୍ୟ ସରକାର ବିଲ ଆଣିଲେ ହିଁ ଲୋକେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ଆଉ ୧୦ ଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ହେଲେ ରାଜ୍ୟରେ ବିହାରୀ ଭାଟି ବନ୍ଦ କରନ୍ତୁ । ରାଜ୍ୟରେ ମଦ ବନ୍ଦ ହେଲେ, ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି ତାରା ପ୍ରଦାସ ବାହିନୀପତି ।
ତାରାଙ୍କ ଏହି ମନ୍ତବ୍ୟ ଉପରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ନିଜର ମତ ଦେଇଛନ୍ତି । ସେ କହିଛନ୍ତି କି ରାଜ୍ୟ ସରକାର ମଦକୁ ପ୍ରଚାର ପ୍ରସାର କରୁ ନାହାଁନ୍ତି । ବରଂ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଚୋରା ମଦ ବନ୍ଦ କରିବା ପାଇଁ ସ୍କ୍ୱାର୍ଡ ଗଠନ କରିଛନ୍ତି । ଏବଂ ସେମାନେ ନିଜର କର୍ତ୍ତବ୍ୟ ମଧ୍ୟ କରୁଛନ୍ତି । ସମସ୍ତ ଜିଲ୍ଲାରେ ଏଭଳି କାର୍ଯ୍ୟ କରାଯାଉଛି ।
ତାରା ନିଜ ଜିଲ୍ଲା କୋରାପୁଟ କଥା ଉଠାଇଛନ୍ତି । ସେ କହିଛନ୍ତି କି କୋରାପୁଟରେ ଶହ ଶହ ବିହାରୀ ଭାଟି ହୋଇଛି । ଯେଉଁ ମଦ ପିଇ ବହୁ ଲୋକ କିଡନୀ ରୋଗରେ ପଡୁଛନ୍ତି । ଏଣୁ ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ବେପାରୀମାନେ ଚୋରାରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏଣୁ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ସେ କହିଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଗୃହରେ ଉଠିଥିଲା କି ଯେଉଁ ମଦ ଦୋକାନ ଅଧିକ ମଦ ବିକ୍ରି କରିବ ତାକୁ ପୁରଷ୍କୃତ କରାଯିବ । ଏଥିପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଛି । ତେବେ ସରକାର ରାଜ୍ୟରେ ମଦ ବେପାରୀ ପ୍ରତ୍ସାହନ ଦେଉଛନ୍ତି ବୋଲି କେତେକ ସଂଙ୍ଗଠନ ଅଭିଯୋଗ କରିଥିଲେ । ବହୁ ସଂଘ ପକ୍ଷରୁ ମଧ୍ୟ ରାସ୍ତାରେ ହରତାଳ କରିବା ସହିତ ନାରା ବାଜି ମଧ୍ୟ କରାଯାଇଥିଲା । ତେବେ ପୁଣିଥରେ ଗୃହରେ ମଦ ବିରୋଧରେ କଥା ଉଠିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।