ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଚତୁର୍ଥ କାର୍ଯ୍ୟକାଳ ପାଇଁ ପଦର ଶପଥ ନେବାର ଦୁଇ ଦିନ ବାଦ ସୋମବାର ବିଧାନସଭାରେ ବହୁମତ ସାବସ୍ତ୍ୟ କରିଛନ୍ତି । ଏହାସହିତ କର୍ଣ୍ଣାଟକରେ ଚାଲିଥିବା ଲମ୍ବା ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ସେପଟେ ପୂରା ଘଟଣାର କ୍ରମାନୁଯାୟୀ ଲଗାତର ବିବାଦରେ ରହି ଆସିଥିବା ଜେଡିଏସ-କଂଗ୍ରେସ ଗଠବନ୍ଧନର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ଆର. ରମେଶ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ।
ଏନେଇ କେ.ଆର ରମେଶ କହିଛନ୍ତି କି, ଭୁଲକୁ ଭୁଲି ଯାଆନ୍ତୁ । ମୋତେ ସୋନିଆ ଗାନ୍ଧୀ ଫୋନ୍ କରିଥିଲେ କି ବାଚସ୍ପତି ନିର୍ବାଚନ ହେବାର ଅଛି ଏବଂ ଗଠବନ୍ଧନ ରେ ବାଚସ୍ପତି ପଦ ମୋତେ ଦିଆଯାଇଛି । ମୁଁ ଏଥିପାଇଁ ଇଛୁକ ଅଛି କି ନାହିଁ ବୋଲି ସେ ମୋତେ ପଚାରିଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ମୁଁ ସଦନରେ ଅପିଲ କରୁଛି ଯେ ଏହି ଦେଶରେ ଭ୍ରଷ୍ଟାଚାରର ମୂଳ ନିର୍ବାଚନ ରହିଛି । ବିନା ନିର୍ବାଚନରେ ସୁଧାର କରି ଆମେ ଭ୍ରଷ୍ଟାଚାର ଶେଷ କରିବା କଥା କହି ପାରିବା ନାହିଁ । ନିର୍ବାଚରରେ ସୁଧାର ପାଇଁ ଆମକୁ ଟଙ୍କା ନୁହେଁ ଇଛାର ଆବଶ୍ୟକତା ରହିଛି । ଆମକୁ ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବ ଆଣିବା ଉଚିତ୍ ଏବଂ ତାକୁ କେନ୍ଦ୍ର ପାଖକୁ ପଠାଇବା ଉଚିତ୍ ।
ଏହାପୂର୍ବରୁ କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବାର ଦୁଇ ଦିନ ପରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ଆର ରମେଶ କାର୍ଯ୍ୟକାରୀ କରି ଗୁରୁବାର ଦିନ ୩ ବିଧୟାକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନଙ୍କ ମଧ୍ୟରେ ଥିଲେ ରମେଶ ଏ ଜରକିହୋଲି,ମହେଶ କୁମଥଲ୍ଲୀ ଏବଂ ଆର ଶଙ୍କର ।
ସୂଚନାଯୋଗ୍ୟ କର୍ଣ୍ଣାଟକ ବିଧାନସଭାରେ ଏଚଡୀ କୁମାରସ୍ୱାମୀ ବହୁମତ ସାବସ୍ତ୍ୟ କରି ପାରିନଥିଲେ । ସଦନରେ ବହୁମତ ପକ୍ଷରେ ମାତ୍ର ୯୯ ଭୋଟ ପଡିଥିଲା କିନ୍ତୁ ବିପକ୍ଷରେ ୧୦୫ ଭୋଟ ପଡିଥିଲା ।