କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କାଳ ହେଲା ପ୍ରେମ ନିଶା । ପ୍ରେମିକ ପରିବାର ଲୋକେ ପ୍ରେମିକର ବେକ କାଟି ଦେଇଥିବା ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମରେ । ସୂଚନା ଅନୁସାରେ କାନପୁରରେ ରାଜ କୁମାର ଦାସ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଯବୁକ ଜଣଙ୍କ ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ ।
ପ୍ରେମର ବାହାନା ନେଇ ଯୁତୀ ଘର ପକ୍ଷରୁ ବାହାଘର ବିଷୟରେ କଥାବାର୍ତ୍ତା ହେବା ହେବା ପାଇଁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଡାକିଥିଲେ । ସେଠାରେ ତାଙ୍କ ସହିତ ବାହାଘର କରିବା ପରିବର୍ତ୍ତେ ତାଙ୍କୁ ମାଡ ମାରିବା ସହିତ ବ୍ଲେଡରେ ତାଙ୍କ ବେକ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ ।
ଅନ୍ୟପଟେ ଯୁବତୀ ଅଭିଯୋଗ କରିଛନ୍ତି ଆଜି ସକାଳୁ ଯୁବତୀ ଜଣଙ୍କ ଘରୁ ମାର୍ଶାଘାଇ ଆସୁଥିବା ବେଳେ ହଠାତ୍ ରାଜକିଶୋର ଦରବଛା ଛକ ନିକଟରେ ଯୁବତୀଙ୍କୁ ଟଣା ଓଟରା କରିଥିଲେ । ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ରାଜକିଶୋର ନିଜ ବେକକୁ ନିଜେ ନିଜେ କାଟି ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।