ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆରମ୍ଭ ହୋଇ ଯାଇଛି ନବରାତ୍ରୀ । ଦାଣ୍ଡିଆ ବିନା ନବରାତ୍ରି ମହତ୍ୱ ନଥାଏ । ଏଣୁ ସ୍ଥାନୀୟ ୟୂନିଟ ୩ ଖାରବେଳ ନଗରର ରୋଟାରୀ କ୍ଳବ ଅଫ ଭୁବନେଶ୍ୱର ତୋଷାଳି ପକ୍ଷରୁ ରାଜଧାନୀ ବାସୀଙ୍କ ପାଇଁ ଏକ ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଛି । ଯେଉଁଥିରେ ୫୦୦ରୁ ଅଧିକ ସଦସ୍ୟ ଭାଗ ନେଇ ଦାଣ୍ଡିଆ ଖେଳି ଦଶହରାର ଫୁଲ ମଜା ଉଠାଇବେ ବୋଲି କହିଛନ୍ତି କାର୍ଯ୍ୟ ସଂଯୋଜକ ରାଜାବାବୁ ।
ଏହି ଅବସରରେ ଟରେଣ୍ଟ ମ୍ୟୁଜିକ ତରଫରୁ ଏକ ଜଗନ୍ନାଥ ଭଜନ ଅଡିଓ ସିଡି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ଏଥର ଦଶହରା ବଜାରରେ ଏହି ଅଡିଓ ସିଡିର ଚାହିଦା ରହିବ ବୋଲି ମଧ୍ୟ ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।
ଋିପୋର୍ଟ ;ଗୁଣନିଧି ବେହେରା