ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜୀବନରେ ବନ୍ଧୁତାର ସମ୍ପର୍କ ଅମୂଲ୍ୟ । ବନ୍ଧୁତ୍ୱ ଏକ ଶାସ୍ୱତ ସମ୍ପର୍କ । ଯେଉଁଠି ନଥାଏ ସ୍ୱାର୍ଥର ଚିହ୍ନ ବର୍ଣ୍ଣ । ନିସ୍ୱାର୍ଥ ପର ଭାବେ ଜଣେ ଜଣଙ୍କ ସହିତ ଗଢିଥାଏ ସମ୍ପର୍କ । ଯେଉଁ ସମ୍ପର୍କ କେବଳ ପ୍ରେମ ଆବେଗ ଓ ଭରଷାରେ ବନ୍ଧା । ସେଥିପାଇଁ ତ ନୀଜ ଜୀବନର ହସ, କାନ୍ଦ ,ଲୁହକୁ ନିଦ୍ୱନ୍ଦରେ ବାଣ୍ଟିଥାଏ ବନ୍ଧୁଟେ ବନ୍ଧୁ ସହିତ । ପୁରାଣ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ବନ୍ଧୁର ସ୍ଥାନ ସବୁଠୁ ଉପରେ । ସେଦିନ ଯେତେବେଳ ସୁଦାମା ଶ୍ରୀକୃଣ୍ଣଙ୍କ ଅଗଣାରୁ ନିଜକୁ ଛୋଟ ମନେ କରି ଫେରି ଆସୁଥିଲେ ଦ୍ୱାରପାଳର ଅପମାନରେ । ସେଦିନ ଶ୍ରୀକୃଣ୍ଣ ଦେଖାଇଥିଲେ ପ୍ରକୃତ ବନ୍ଧୁର ଭାବ । ନିଜର ବନ୍ଧୁଙ୍କ ଆସିବା ଖବର ପାଇ ବ୍ୟାକୁଳ ହୋଇ ଉଠିଥିଲେ ସେଦିନ ଶ୍ରୀକୃଣ୍ଣ । ସେ କ୍ଷଣିକ ପାଇଁ ଭୁଲି ଯାଇଥିଲେ ଯେ ସେ ହେଉଛନ୍ତି ଦ୍ୱାରିକାର ରାଜା ଆଉ ସୁଦାମା ଜଣେ ସାମାନ୍ୟ ବ୍ରାହ୍ମଣ । ଶ୍ରୀକୃଣ୍ଣ ନିଜ ଆଖି ଲୁହର ଧୋଇ ଦେଇଥିଲେ ବନ୍ଧୁ ସୁଦାମାଙ୍କ ଚରଣ ।
ବନ୍ଧୁକୁ ଭଲଭାବେ ବୁଝିବାକୁ ହେଲେ ପ୍ରଥମେ ସଂପର୍କର ପ୍ରକୃତ ଅର୍ଥ ବୁଝିବା ଆବଶ୍ୟକ। କାରଣ ଯେକୌଣସି ସଂପର୍କକୁ ଆରମ୍ଭ କରିବା ଯେତିକି ସହଜ ତାହାକୁ ଭାଙ୍ଗିବା ମଧ୍ୟ ଆହୁରି ସହଜ। ମଣିଷ ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ଗୁରୁତ୍ୱ କେଉଁ ଆବାହ ମାନ କାଳରୁ ରହି ଆସିଛି । ପୁରାଣରେ ଶ୍ରୀକୃଣ୍ଣ ଏବଂ ସୁଦାମା, ଶ୍ରୀକୃଣ୍ଣ ଏବଂ ଅର୍ଜୁନଙ୍କ ବନ୍ଧୁତ୍ୱର ପରାକାଷ୍ଠା ଆମେ ଅଳ୍ପେ ବହୁତେ ସମସ୍ତେ ଜାଣିଛେ । ଆଜି ହେଉଛି ବନ୍ଧୁତ୍ୱ ଦିବସ । ଇଂରାଜୀରେ କହିଲେ ଆଜି ହେଉଛି ‘ଫ୍ରେଣ୍ଡସିପ୍ ଡେ’ । ପୁରାଣର କାହାଣୀ ପରି ଫ୍ରେଣ୍ଡସିପ ଡେର ଇତିହାସ ମଧ୍ୟ ବେଶ ରୋଚକ ।
୧୯୩୫ ମସିହା ଅଗଷ୍ଟ ମାସ ପ୍ରଥମ ରବବାର ଦିନ ଆମେରିକା ସରକାର ଜଣେ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଆଉ ଏହି ଦୁଃଖରେ ମୃତକଙ୍କର ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହା ଦେଖି ସରକାର ମଧ୍ୟ ହତବାକ୍ ହୋଇଯାଇଥିଲେ । ତେବେ ଏହି ଦିନଟିକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଦକ୍ଷିଣ ଆମେରିକାବାସୀ ଅଗଷ୍ଟ ପ୍ରଥମ ରବିବାରକୁ ଇଣ୍ଟରନେସନାଲ ଫ୍ରେଣ୍ଡସିପ୍ ଡେ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ ।
ପ୍ରଥମେ ଆମେରିକା ଏହାକୁ ବିରୋଧ କରିଥିଲା ମାତ୍ର ପରେ କିନ୍ତୁ ଏହାର ୨୧ ବର୍ଷ ପରେ ଅର୍ଥାତ ୧୯୫୮ ମସିହାରେ ଏହି ପ୍ରସ୍ତାବକୁ ଆମେରିକା ସରକାର ମଞ୍ଜୁରି ଦେଇଥିଲେ । ଏହା ପରଠାରୁ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ ଭାବେ ପାଳିତ ହୋଇ ଆସୁଛି । ବନ୍ଧୁ ବ୍ୟକ୍ତି ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା। ଜୀବନ ବନ୍ଧୁ ବିନା ବ୍ୟର୍ଥ । ବନ୍ଧୁତ୍ୱ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ।