ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାରଙ୍କ ଦ୍ୱାରା ଜାମ୍ମୁ-କଶ୍ମୀରରେ ଜାରିଥିବା ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦ କଡା ପ୍ରତିକ୍ରିୟା ରଖିଛନ୍ତି । ଏହି ମାମଲାରେ ସଂଯୁକ୍ତ ରାଷ୍ଟ୍ରକୁ ଦଖଲ ଦେବା ପାଇଁ ଆଫ୍ରିଦ୍ ଅପିଲ କରିଛନ୍ତି । ସେ କହିଛନ୍ତି କି କାଶ୍ମୀର ଲୋକଙ୍କୁ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁଯାୟୀ ତାଙ୍କ ଅଧିକାର ମିଳିବା ଉଚିତ୍ ।
ସୂଚନାଯୋଗ୍ୟ,ଗତକାଲି ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ହଟାଇ ଦେଇଛନ୍ତି ଏବଂ ରାଜ୍ୟ ସଭାରେ ଜାମ୍ମୁ-କାଶ୍ମୀର ପାଇଁ ପୁର୍ନଗଠନ ବିଲ ପାରିତ ହୋଇଯାଇଛି । ଏବେ ଏହାକୁ ଦୁଇ ଭାଗରେ ବିଭାଜନ କରାଯାଇଛି । ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ ।
ଭାରତ ସରକାରଙ୍କ ଏହି ବଡ ପଦକ୍ଷେପ ପରେ ଶାହିଦ ଆଫ୍ରିଦ୍ ସଂଯୁକ୍ତ ରାଷ୍ଟ୍ର ଉପରେ ନିଜର ଅସନ୍ତେଷ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି, ସଂଯୁକ୍ତ ରାଷ୍ଟ୍ର ପ୍ରସ୍ତାବ ଅନୁଯାୟୀ କାଶ୍ମୀରକୁ ତାର ଅଧିକାର ଦିଆଯିବା ଉଚିତ୍ । ଯେଉଁଭଳି ଆମ ସମସ୍ତଙ୍କ ପାଖରେ ଆଜାଦ୍ ଅଧିକାର ରହିଛି, ସେହିଭଳି ତାଙ୍କୁ ବି ମିଳୁ ।
Kashmiris must be given their due rights as per #UN resolution. The rights of Freedom like all of us. Why was @UN created & why is it sleeping? The unprovoked aggression & crimes being committed in Kashmir against #Humanity must be noted. The @POTUS must play his role to mediate
— Shahid Afridi (@SAfridiOfficial) August 5, 2019
ଆହୁରୀ ମଧ୍ୟ କହିଛନ୍ତି କି, ୟୁଏନର ଗଠନ କାହିଁକି ହୋଇଛି? କଣ ସେ ଶୋଇଛନ୍ତି । କାଶ୍ମୀରରେ ମାନବତା ବିରୋଧରେ ବିନା ଉକସାଇବାର ଅପରାଧ ଏବଂ ଦଖଲ କରାଯାଉଛି ତାକୁ ଦେଖିବା ଜରୁରୀ ଅଟେ । ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟସ୍ଥତା କରିବା ଉଚିତ୍ ।
କାଶ୍ମୀର ମାମଲାକୁ ନେଇ ପୂର୍ବରୁ ଆଫ୍ରିଦ୍ ଅନେକ ଥର ବୟାନ ଦେଇଛନ୍ତି । ୨୦୧୬ ଟି୨୦ ବିଶ୍ୱକପ ଅବସରରେ ବି ସେ କାଶ୍ମୀରକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ କି ପାକିସ୍ତାନକୁ କାଶ୍ମୀର ଆବଶ୍ୟକତା ନାହିଁ ।
ସେ ସ୍ୱତନ୍ତ୍ର କାଶ୍ମୀରର ପ୍ରସ୍ତାବ ରଖିଥିଲେ । ସେ ଲଣ୍ଡନରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଥିଲେ କି ପାକିସ୍ତାନକୁ କାଶ୍ମୀରର ଆବଶ୍ୟକତା ନାହିଁ । ଭାରତକୁ ବି କାଶ୍ମୀର ଦିଆନଯାଉ । ଏହାକୁ ସ୍ୱତନ୍ତ୍ର ଆଜାଦ୍ ରହିବାକୁ ଦିଆଯାଉ ।