ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲିଆନ୍ସ ଜିଓ ତାର ଗ୍ରାହକଙ୍କ ପାଇଁ ହୋଲି ପୂର୍ବରୁ ଉପହାର ଆଣିଛି । ଜିଓ ପକ୍ଷରୁ ଦୁଇଟି ନୂତନ ପ୍ରିପେଡ ପ୍ଲାନ୍ ଲଞ୍ଚ କରାଯାଇଛି । ଏଥିରେ ଗୋଟେ ପ୍ଲାନ ୪୯ ଟଙ୍କିଆ ଥିବା ବେଳେ ଅନ୍ୟଟି ୬୯ ଟଙ୍କିଆ ପ୍ଲାନ୍ ରହିଛି । ଉଭୟ ପ୍ଳାନର ବେନ୍ତା ୧୪ ଦିନ ପାଇଁ ରହିଛି ।
୬୯ ଟଙ୍କିଆ ପ୍ଲାନ୍ ରେ ୧୪ ଦିନ ଯାଏଁ ୦.୫ଜିବିର ହାଇ ସ୍ପିଡ୍ ମିଳିବ । ଏହାର ଲିମିଟ୍ ଶେଷ ହେବା ପରେ ଡାଟା ସ୍ପିଡ୍ ହ୍ରାସ ହୋଇ ୬୪କେବିପିଏସ ହୋଇଯିବ । ଏହତ ପ୍ଲାନରେ ଜିଓ ରୁ ଜିଓକୁ ଅସୀମିତ କଲିଂ ସୁବିଧା ରହିଛି । ସେହିପରି ଅନ୍ୟ ନେଟୱର୍କକୁ କଲିଂ ପାଇଁ ୨୫୦ ମିନିଟ୍ ଦିଆଯାଇଛି । ଏହାସହିତ ୨୫ ଏସଏମଏସ ସୁବିଧା ବି ରହିଛି ।
ଅପରପକ୍ଷେ ୪୯ ଟଙ୍କିଆ ପ୍ଲାନ୍ ରେ ୧୪ ଦିନ ଯାଏଁ ସର୍ବମୋଟ ୨ ଜିବି ଡାଟା ମିଳିବ । ଏଥିରେ ଜିଓ ରୁ ଜିଓ କୁ ମାଗଣା କଲିଂ ସୁବିଧା । ଜିଓରୁ ଅନ୍ୟ ନେଟୱର୍କକୁ କଲିଂ କରିବା ପାଇଁ ୨୫୦ ମିନିଟ୍ ଦିଆଯାଇଛି । ଏହାସହିତ ୨୫ ଏସଏମଏସ ବି ଦିଆଯାଇଛି ।