କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଅଭାବନୀୟ ଘଟଣା । ପାରିବାରିକ କଳହରେ ଆଜି ଦୁଇଟି ଜୀବନ ବଳି ପଡ଼ିଛି । ଜିଲ୍ଲାର ଚକଡ଼ା-ବଗୁଆ ଗାଁରେ ଏକ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଦୁହିଁଙ୍କ ଶବ ଭାସୁଥିବା ଦେଖି ପାଖ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାଆ ଝିଅ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ଏଯାଏ ଜଣାପଡ଼ିନାହିଁ।
ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହା ଏକ ଘରୋଇ ହିଂସାର କରୁଣ ପରିଣତି ବୋଲି ଅନୁମାନ କରାଯାଉଛି। କୌଣସି କାରଣରୁ ପରିବାରରେ ଝଗଡ଼ା ଲାଗିଥିଲା। ଏହାପରେ ଆଜି ଦୁହିଁଙ୍କ ମୃତଦେହ ଜୋରରେ ଭାସୁଥିବା ଦେଖିବାକୁ ମିଳିଥିଲା। ସେପଟେ ଶାଶୁଘର ଲୋକେ ମା, ଝିଅକୁ ହତ୍ୟାକରି ଫୋପାଡ଼ି ଦେଇଥିବା ମହିଳାଙ୍କ ବାପା ଅଭିଯୋଗ ଆଣିଛନ୍ତି । ସ୍ୱାମୀ ଯଦୁମଣି ଜେନାଙ୍କ କହିବା ଅନୁସାରେ ଗତ କାଲି ରାତିରୁ ମା’ ଝିଅ କୁଆଡେ ଚାଲିଯାଇଥିବା ସେ ସକାଳେ ଉଠିବା ପରେ ଜାଣିଲେ ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ବଗୁଆ ଗାଁର ଗୋଟିଏ ପରିବାରରେ ଗତକାଲି କଳହ ହୋଇଥିଲା । କଳହ ପରେ ମହିଳା ନିଜ ଝଅକୁ ନେଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ମହାକାଳପଡ଼ା ବ୍ଲକ ଚକଡ଼ା – ବଗୁଆ ଗାଁ ଜୋରରୁ ଆଜି ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ଏନେଇ କୈାଣସି କାରଣ ସ୍ୱଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।