ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏହି ଅବସରରେ ସମସ୍ତ ଦେବୀ ପୀଠ ଓ ପୂଜାମଣ୍ଡପ ମାନଙ୍କରେ ମାଙ୍କ ନବରାତ୍ରୀ ପୂଜାର୍ଚ୍ଚନା ଚାଲିଛି । ଆଜି ହେଉଛି ନବରାତ୍ରୀର ଦ୍ୱିତୀୟ ଦିନ । ଆଜି ମା ବ୍ରହ୍ମଚାରିଣୀ ବେଶରେ ପୂଜା ପାଉଛନ୍ତି । ବ୍ରହ୍ମଚାରିଣୀ ବେଶ ହେଉଛି ମା ପାର୍ବତୀଙ୍କର ଆଉ ଏକ ରୂପ । ଏହି ବେଶକୁ ବ୍ରାହ୍ମୀ ମଧ୍ୟ କୁହାଯାଏ ।
‘ମା’ଙ୍କର ଏହି ପୂଜାକଲେ ଘରେ ଶୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କୁହାଯାଏ ଆଜି ମାଙ୍କୁ ପୂଜା କଲେ ପ୍ରଶର୍ତନା କରୁଥିବା ବ୍ୟକ୍ତର ସବୁ ଦୁଃଖ କଷ୍ଟ ଲାଘବ ହୋଇଥାଏ । କିମ୍ବଦନ୍ତୀ ଅନୁସାରେ ମା ବହ୍ମଚାରିଣୀ ହିମାଳୟରେ ଜନ୍ମଗ୍ରହଣ କରିଥିଲେ । ପ୍ରଭୁ ନାରଦଙ୍କ ନିର୍ଦେଶକ୍ରମେ ମହାଦେବଙ୍କୁ ବିବାହ କରିବାକୁ ତପସ୍ୟା କରିଥିଲେ ।
ଶିବଙ୍କୁ ବିବାହ କରିବା ପାଇଁ ହଜାର ହଜାର ବର୍ଷ ଫଳ ଆହାର କରି ତପସ୍ୟା କରୁଥିଲେ । ଖରା ବର୍ଷାକୁ ଖାତିର ନ କରି ସେ ତପସ୍ୟା କରିଥିଲେ । ଅଧିକ ଦିନ ତପସ୍ୟା କରିବା ଫଳରେ ଶରୀର ଅସୁସ୍ଥ ହୋଇ ପଡିଥିଲେ । ବ୍ରହ୍ମଚାରିଣୀଙ୍କ ପରି ଆଜି ପର୍ଯ୍ୟନ୍ତ କେହି ଏତେ ଦିନ ଧରି ତପସ୍ୟା କରିନାହାନ୍ତି ।