ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରହ କୋଣରୁ ଦେଖିବାକ ଗଲେ ସବୁଠାରୁ ବଡ ଗ୍ରହ ହେଉଛି ବୃହସ୍ପତି । ଏହାସହିତ ବୃହସ୍ପତିଙ୍କୁ ଦେବ ଗୁରୁଙ୍କ ଆକ୍ଷା ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁ ହିଁ ଭାଗ୍ୟ ଏବଂ ଧର୍ମର କାରକ । ଏହାବ୍ୟତିତ ବୈବାହିକ ଜୀବନରେ ବି ଗୁରୁଙ୍କର ବହୁତ ପ୍ରଭାବ ପଡିଥାଏ । ପତି-ପତ୍ନୀ ଭିତରେ ପ୍ରେମ ବଳବତ୍ତର ରହିବା , ଜାତକରେ ଗୁରୁ ସମ୍ବନ୍ଧୀୟ କୌଣସି ଦୋଷର ନିବାରଣ ଏବଂ ନିଜ ଭାଗ୍ୟକୁ ଚମକାଇବା ପାଇଁ ଗୁରୁଙ୍କ ପ୍ରସନ୍ନ କରିବା ନିତ୍ୟାନ୍ତ ଆବଶ୍ୟକ । ସେଥିପାଇଁ ଆଜି ଆମେ କିଛି ଉପାୟ କହିବାକୁ ଯାଉଛୁ , ଯାହା ଆପଣଙ୍କ ଜୀବନରେ ସୁଖ ଭରିଦେବ ।
– ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ସହିତ ହଳଦିଆ ଭୋଜନ ଗ୍ରହଣ କରନ୍ତୁ, ଯେପରି ଡାଲି, ବେସନ ଲଡୁ , କଦଳୀ , ଆମ୍ବ । ଧ୍ୟାନ ରଖିଥିବେ କି ଗୁରୁବାର ଦିନ ବିନା ଲୁଣରେ ଖାଦ୍ୟ ଗ୍ରହଣ କରିବା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
– ଗୁରୁ ସମ୍ବନ୍ଧୀୟ ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ ।
– ଗୁରୁବାର ଦିନ ସଂନ୍ଧ୍ୟା ସମୟରେ କଦଳୀ ଗଛ ମୂଳେ ଦୀପ ଜାଳନ୍ତୁ ଏବଂ ଗରିବ ପିଲାଙ୍କୁ କଦଳୀ ଦାନ କରନ୍ତୁ ।
– ସେହିପରି ଗୁରୁବାର ଦିନ ଶିବ ଭଗବାନଙ୍କୁ ବେସନ ଲଡୁ ଭୋଗ ଲଗାଇବା ଦ୍ୱାରା ଗୁରୁ ଗ୍ରହ ଦୋଷ ହୋଇଥାଏ ।
– ବୃହସ୍ପତିଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ ରଙ୍ଗ, ସେଥିପାଇଁ ବୃହସ୍ପତିଙ୍କ ପ୍ରତିମା କିମ୍ବା ଫଟୋକୁ ହଳଦିଆ ରଙ୍ଗର ବସ୍ତ୍ର ଉପରେ ବିରାଜମାନ କରନ୍ତୁ । ଏହାସହିତ ପୂଜାରେ କେଶର, ଚନ୍ଦନ, ହଳଦିଆ ଚାଉଳ, ହଳଦିଆ ଫୁଲ ଆଦି ଚଢାନ୍ତୁ ।
– ଏହିଦିନ ଗୁରୁମନ୍ତ୍ର ଓଁ ବୃଂ ବୃହସ୍ପତୟେ ନମଃ କୁ ୧୦୮ ଥର ଜପନ୍ତୁ ।
– ଗୁରୁବାର ଦିନ ସୂର୍ଯ୍ୟଦୟୋ ପୂର୍ବରୁ ସ୍ନା ସାରି ଭଗବାନ ବିଷ୍ଣୁଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ ।