ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସାମିଲ ନାହାନ୍ତି ବୋଲି ନିଜେ ସୋନିଆ ଗାନ୍ଧୀ ମତ ରଖିଛନ୍ତି । କଂଗ୍ରେସ କାର୍ଯ୍ୟସମିତି (ସିଡବ୍ଲ୍ୟୁସି) ବୈଠକରୁ ସୋନିଆ ବାହାରିଲା ପରେ ସାମ୍ବାଦିକଙ୍କୁ କହିଛନ୍ତି କି , ଅଧ୍ୟକ୍ଷ ଚୟନ କରିବା ପାଇଁ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ମୁଁ ଏବଂ ରାହୁଲ ସାମିଲ ହୋଇ ପାରିବୁ ନାହିଁ । ଭୁଲ ବସତଃ ମୋ ନାଁ ଏଥିରେ ସାମିଲ ହୋଇଯାଇଥିଲା ।
ପ୍ରକୃତରେ ଇସ୍ତଫା ଦେବା ସମୟରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିଲେ କି , ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ଅଧ୍ୟକ୍ଷ ହେବେ ନାହିଁ ଏବଂ ଚୟନ ପ୍ରକିୟାରେ ବି ସାମିଲ ହେବେ ନାହିଁ । ସିଡିବ୍ଲ୍ୟୁସି ବୈଠକର ଆରମ୍ଭରେ ପାର୍ଟି ସଂସଦୀୟ ଦଳର ନେତା ସୋନିଆ ଗାନ୍ଧୀ,ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଅହମ୍ମଦ ପଟେଲ, ଏକେ ଏଂଟନୀ, ଗୁଲାମ ନବୀ ଆଯାଦ, ମଲ୍ଲିକାର୍ଜୁନ ଖଡଗେ ଏବଂ ଅନେକ ନେତା ସାମିଲ ଥିଲେ । ଏହି ଅବସରରେ ବୈଠକରେ ୫ଟି କମିଟି ଗଠନ କରାଯାଇଛି । ଯାହାର ନାଁ ରଖାଯାଇଛି ପୂର୍ବୋତ୍ତର କ୍ଷେତ୍ର, ପୂର୍ବ କ୍ଷେତ୍ର, ପଶ୍ଚିମ କ୍ଷେତ୍ର, ଉତ୍ତର କ୍ଷେତ୍ର ଏବଂ ଦକ୍ଷୀଣ କ୍ଷେତ୍ର । ଏହି କମିଟି ସାରା ଦେଶକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ରାୟ ଆଣିବ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ବଛାଯିବ । ଏଥିମଧ୍ୟରୁ ଗୋଟେ କମିଟିରେ ସୋନିଆ ଗାନ୍ଧୀଙ୍କ ନାଁ ସାମିଲ ରହିଛି ।
ହୁଏତ କମିଟିରେ ସୋନିଆଙ୍କ ନାଁ ସାମିଲ ହେବାକୁ ନେଇ ସେ କହିଛନ୍ତି କି ଭୁଲରେ ନାଁ ଛପି ଯାଇଛି । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି କି ଦୁଇ ଦିନିଆ ଗସ୍ତରେ ସଂସଦୀୟ କ୍ଷେତ୍ର ବାୟନାଡ ଯାଉଛନ୍ତି ।