ମୁମ୍ବାଇ ( ଏଟିଆର ବ୍ୟୁରୋ) ; ମୁମ୍ବାଇର ପ୍ରସିଦ୍ଧ କ୍ୟାନସର ସର୍ଜନ ସୁଲତାନ ଏ ପ୍ରଧାନ ପାଇଲେ ସମ୍ମାନନୀୟ ଧନ୍ୱନ୍ତରୀ ପୁରଷ୍କାର ।
ଗତ ରବିବାର ଦିନ ସନ୍ଧ୍ୟା ସମୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସିଭି ରାଓ ଏହି ପୁରଷ୍କାରରେ ଶ୍ରୀ ପ୍ରଧାନଙ୍କୁ ସମ୍ମାନୀତ କରିଛନ୍ତି । ଏହି ଉତ୍ସବରେ ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶିଲ କୁମାର ସିନେ୍ଧ, ଡ଼ି ୱାଇ ପାଟିଲ, ରାହୁଲ ଗୋୟଲ ପ୍ରଭୃିତି ଊପସ୍ଥିତ ଥିଲେ ।
ଶ୍ରୀ ପ୍ରଧାନଙ୍କୁ ପ୍ରଶଂସା କରି ରାଜ୍ୟପାଳ ଶ୍ରୀ ରାଓ କହିଲେ ଯେ କ୍ୟାନସର ଭଳି ଏକ ମାରାତ୍ମକ ରୋଗର ଅତ୍ସୋପଚାର କ୍ଷେତ୍ରରେ ଶ୍ରୀ ପ୍ରଧାନ ଅତୁଳନୀୟ । ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ କିଭଳି ମହାରାଷ୍ଟ୍ରର ଅଦିବାସି ବହୁଳ ଅଞ୍ଚଳରେ କ୍ୟାନସର ଭଳି ମାରାତ୍ମକ ରୋଗକୁ ପ୍ରତିହତ କରାଯାଇ ପାରିଛି, ସେ ବିଷୟରେ ମଧ୍ୟ ଶ୍ରୀ ରାଓ ଆଲୋଚନା କଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ ଯେ, ମୁଁ ଏହି ସମ୍ମାନ ପାଇ ନିଜକୁ ଗର୍ବିତ ମନେ କରୁଛି । ଏହା ମୋତେ କ୍ୟାନସର ଭଳି ରୋଗ ବିରୁଧରେ ଅଧିକରୁ ଅଧିକ ଲଢ଼ିବା ପାଇଁ ପ୍ରେରଣା ଯୋଗାଇବ ।
ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସପିଟାଲ ଏବଂ ନ୍ୟୁୟର୍କର ସ୍ଲୋଆନ କେଟେରିଙ୍ଗ କ୍ୟାନସର ହସପିଟାଲରୁ ପ୍ରଶିକ୍ଷଣ ପାଇଥିବା ଶ୍ରୀ ପ୍ରଧାନ ବର୍ତମାନ୍ ମୁମ୍ବାଇରେ ଥିବା ପିନ୍ସ ଆଲେ ଖାନ ହସପିଟାଲ, ପି.ଡ଼ି ହିନ୍ଦୁଜା ହସପିଟାଲ ଏବଂ ବ୍ରିଚ କ୍ୟାଣ୍ଡି ହସପିଟାଲକୁ ପରିଚାଳନା କରୁଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024