ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ସ୍କୁଲ-କଲେଜ ଖୋଲିବାକୁ ନେଇ ଲଗାତର ଭାବେ ଭ୍ରମ ସୃଷ୍ଟି ହେଉଛି । ପ୍ରକୃତରେ ସ୍କୁଲ-କଲେଜ କେବେ ପିଠିବ ସେନେଇ ଚିନ୍ତାରେ ଛାତ୍ର-ଛାତ୍ରୀ ଏବଂ ଅବିଭାବକ । ଏବେ ଏହି ଚିନ୍ତାକୁ ଦୂର କରିବାକୁ ଯାଇ ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ ଏକ ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ଯାଇ ସ୍କୁଲ-କଲେଜ ଖୋଲାଯିବ ବୋଲି ସେ କହିଛନ୍ତି ।
ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି କି, ୧୫ ଅଗଷ୍ଟ ୨୦୨୦ ପରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବ । ସେହିପରି ଲକ୍ ଡାଉନ୍ ପାଇଁ ଅଟକି ଯାଇଥିବା ସିବିଏସଇର ବୋର୍ଡ ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ପର୍ଯ୍ୟନ୍ତ କରାଯିବ ।ଆଇସିଏସଇ/ଆଇଏସସି ପରୀକ୍ଷା ୧ ଜୁଲାଇରୁ ଆରମ୍ଭ ହୋଇ ୧୨ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଅନ୍ୟପଟେ ଏନଇଇଟି ଏବଂ ଜେଇଇ ର ପରୀକ୍ଷା ବି ଜୁଲାଇରେ ହେବ । ସେହି ଅନୁଯାୟୀ ଜୁଲାଇ ୨୬ରେ ହେବ ଏନଇଇଟି ଏବଂ ଜୁଲାଇ ୧୮ ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ହେବ ଜେଇଇ । ଏହାସହିତ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଫଳ ଘୋଷଣା କରିବା ଲାଗି ଚେଷ୍ଟା ଚାଲିଛି ।
ଏହିପରି, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ୟୁଜିସ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ନିଷ୍ପତ୍ତି ନେଉଥିବାବେଳେ, ଏନସିଇଆରଟି ବିଦ୍ୟାଳୟଗୁଡ଼ିକ ପାଇଁ ସମାନ କାର୍ୟ୍ୟ କରୁଛି ବୋଲି ମନ୍ତ୍ରୀ ପୋଖରିୟାଲ କହିଛନ୍ତି ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସ୍କୁଲ ପୁର୍ନବାର ଖୋଲିବା ଯୋଜନାରେ ଏଚଆରଡି ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଏକ ଚିଠି ଲେଖିଥିଲେ । ଏନେଇ ସେ ଗତକାଲି ଟ୍ୱିଟ ଜରିଆରେ ସୂଚନା ଦେଇଥିଲେ ।
समय आ गया है कि कोरोना के सहअस्तित्व को स्वीकार करते हुए देश में स्कूलों की भूमिका नए सिरे से तय की जाय…
केंद्रीय मानव संसाधन विकास मंत्री @DrRPNishank जी को मेरा पत्र pic.twitter.com/d7ZXgAO2zs
— Manish Sisodia (@msisodia) June 6, 2020
ସୂଚନାଯୋଗ୍ୟ , ମହାମାରୀ କରୋନା ପାଇଁ ସମସ୍ତ ସ୍କୁଲ କଲେଜ ମାର୍ଚ୍ଚ ମାସରୁ ବନ୍ଦ ରହିଛି । କିନ୍ତୁ ଏବେ ଅନଲାଇନ୍ ଯୋଗେ ପାଠ ପଢୁଛନ୍ତି ଛାତ୍ରଛତ୍ରୀ । କିନ୍ତୁ ଏହା ଖଣ୍ଡନ କରାଯାଇ ପାରିବ ନାହିଁ କି ଏହାଦ୍ୱାରା ପିଲାଙ୍କ ପାଠ ପଢା ପ୍ରଭାବିତ ହେଉ ନାହିଁ ।