ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଉପରେ ଲେଖା ହୋଇଥିବା ବହି ଲିଷ୍ଟିଂ, ଲର୍ଣ୍ଣିଂ ଆଣ୍ଡ ଲିଡିଂ ର ଉନ୍ମୋଚନରେ ସାମିଲ ହେବା ପାଇଁ ତାମିଲନାଡୁର ଚେନ୍ନାଇରେ ଗୃହମନ୍ତ୍ରୀ ଅମିତ୍ ଶାହା ପହଁଚିଛନ୍ତି । ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି କି , ଆଜି ମୁଁ ଏଠାକୁ ନା ଗୃହମନ୍ତ୍ରୀ ଭାବେ ନା ବିଜେପି ଅଧ୍ୟକ୍ଷ ଭାବେ ଆସିଛି । ଏଠାରେ ରାଜନୀତି କ୍ଷେତ୍ରରେ କାମ କରୁଥିବା ଏକ ବିଦ୍ୟାର୍ଥି ଭାବେ ସାରା ଜୀବନ ରାଜନୀତିରେ ଆଦର୍ଶ ଭାବେ କିଭଳି କାମ କରିବା ଉଚିତ୍ ଏହାର ପ୍ରତିମୂର୍ତ୍ତି କେବଳ ଭେଙ୍କୟା ନାଇଡୁ ଜୀଙ୍କ ଜୀବନର ଅନୁମୋଦନ କରିବାକୁ ଆସିଛି ।
ଏହି ସମ୍ବୋଧନ ଜରିଆରେ ଧାରା ୩୭୦ କଥା ଉଠାଇଛନ୍ତି ଶାହା । ସେ କହିଛନ୍ତି କି ଜଣେ ସାଂସଦ ଭାବେ ମୋ କହିବାର ଥିଲା କି ଧାରା ୩୭୦ କୁ ବହୁତ ପୂର୍ବରୁ ହଟାଇ ଦେବାର ଥିଲା । ଜଣେ ଗୃହମନ୍ତ୍ରୀ ଭାବେ ଧାରା ୩୭୦କୁ ହଟାଇବାର ପରିଣାମକୁ ନେଇ ମୋ ମନରେ କୌଣସି ଭ୍ରମ ନଥିଲା । ଏବେ କାଶ୍ମୀରରେ ଆତଙ୍କବାଦୀ ନିପାତ ହେବ ଏବଂ ଏହା ବିକାଶ ଗତିରେ ଆଗକୁ ବଢିବ ବୋଲି ମୋର ବିଶ୍ୱାସ ରହିଛି ।
ଅପରପକ୍ଷେ ନାଇଡୁଙ୍କ ପ୍ରଶଂସା କରି ଶାହା କହିଛନ୍ତି କି, ଜୀବନରେ ଶୁଣିବା , ଶିଖିବା ,ବଂ ସମାଜକୁ ନେତୃତ୍ୱ କରିବା ଏହାକୁ କିଭଳି କରିପାରନ୍ତି, ଏହାର ଏକ ଆଦର୍ଶ ଶ୍ରୀ ଭେଙ୍କୟା ନାଇଡୁ ଏହି ଦେଶରୂ ଯୁବପିଢୀଙ୍କ ସାମ୍ନାରେ ରଖିଛନ୍ତି । ଭେଙ୍କୟା ଜୀଙ୍କ ଜୀବନ ବିଦ୍ୟାର୍ଥି କାଳରୁ ଆଜି ପର୍ଯ୍ୟନ୍ତ ରାଜନୀତିରେ କାମ କରୁଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅନୁକରଣୀୟ ।