ଭଦ୍ରକ ( ଏଟିଆର ବ୍ୟୁରୋ): ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ । ମୃତ ଦେହ ନେଇ ଫେରୁଥିବା ବେଳେ ଘଟିଲା ଦୂର୍ଘଟଣା । ତିନି ଗୁରୁତର । ଏମିତି ଏକ ଦୂର୍ଘଟଣା ଘଟିଛି ଭଦ୍ରକ ଭଣ୍ଡାରୀ ପୋଖରୀ ୧୬ ନଂ ଜାତୀୟ ରାଜପଥରେ । ସୂଚନାଅନୁସାରେ ଆମ୍ବୁଲାନ୍ସ ଟି କଟକରୁ ମୃତ ଦେହ ନେଇ ଯାଉଥିବା ବେଳେ ଆମ୍ଭୁଲାନସଟି ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ଭାରସ୍ୟାମ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ଯାହାଫଳରେ ତିନି ଜଣେ ଗୁରୁତର ଆହତ ହୋଇଛନ୍ତି ।
ଧାମନଗରର ପରମେଶ୍ୱର ମିଶ୍ରଙ୍କର କଟକ ଏସିବିରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବା ପରେ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଆଣୁଥିବା ବେଳେ ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ଆମ୍ଭୁଲାନ୍ସ ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟି ଥିଲା । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା ।