ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ଝିଅ । ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ବିଜ୍ଞାନ ସମ୍ମାନରେ ସମ୍ମାନିତ ହେବେ ଓଡିଆ ବୈଜ୍ଞାନିକ । ପ୍ରଥମ ଓଡିଆ ମହିଳା ଭାବେ ଓଡିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶଙ୍କୁ ମିଳିବ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ । ରାସାୟନିକ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଏହି ପୁରସ୍କାର ପାଇଁ ୧୨ ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜ୍ୟୋର୍ତିମୟୀ । କାଉଁସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ-ସିଏସଆଇଆର ର ପ୍ରତିଷ୍ଠା ଦିବସ ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାର ଘୋଷଣା କରାଯାଇଛି ।