ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ପକ୍ଷରୁ ଜିଓ ଜିଗାଫାଇବରର କର୍ମଶିଆଲ ଲଞ୍ଚିଂ ର ଘୋଷଣ କରାଯାଇଛି । କମ୍ପାନୀର ସବୁଠାରୁ ବଡ ଘୋଷଣା ଅନୁଯାୟୀ ଏବେ ଜିଓ ପ୍ରିମିୟମ ଗ୍ରାହକ ଫିଲ୍ମ ରିଲିଜ୍ ହେବା ମାତ୍ରେ ଫିଲ୍ମ ଦେଖି ପାରିବେ । ଜିଓ ଫାଇବରରେ ୭ ଶହ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍ ରହିବ । ଏଥିରେ ୧୦୦ ଏମବିପିଏସ ଠାରୁ ନେଇ ୧ ଜିବିପିଏସ ଡାଟା ସ୍ପିଡ୍ ମିଳିବ । ଏହି ସ୍କିମ୍ ସେପ୍ଟମ୍ବର ୫ରେ ଲଞ୍ଚ ହେବ । ଏହି ସେବା ସହିତ ଅନେକ ସୁବିଧା ମିଳିବ । ଘରେ ବସି ଫାଷ୍ଟ ଡେ ଫାଷ୍ଟ ସୋ’ର ମଜା ଉଠାଇ ପାରିବେ ।
ଜିଓ ଫାଇବର ୱେଲକମ ଅଫର ସହିତ ଚାରି ହଜାର ଟଙ୍କାରେ ଏଲଇଡି ଟିଭି ଏବଂ ସେଟ୍ ଟପ୍ ବକ୍ସ ମାଗଣାରେ ମିଳିବ । ରିଲିଆନ୍ସର ଏହି ସେବା ଅନୁଯାୟୀ ଆପଣ ଘରେ ବସି ସେଟ୍ ବକ୍ସ ସାହାଯ୍ୟରେ ଭିଡିଓ କଲ ବି କରି ପାରିବେ । ସେଥିପାଇଁ ସେଟ୍ ଅପ୍ ବକ୍ସକୁ ଗିଗା ଫାଇବର ନେଟୱାର୍କ ସହିତ ଯୋଡା ଯିବ ।
ଜିଓ ଜିଗାଫାଇବର ନେଟୱାର୍କର ବଡ ସୁବିଧା:
– ଜିଓ ପ୍ରିମିୟମ ଗ୍ରାହକ ଫିଲ୍ମ ରିଲିଜ୍ ହେବା ମାତ୍ରେ ଫିଲ୍ମ ଦେଖି ପାରିବେ ।
– ଜିଓ ଫାଇବରର ଏକ ବର୍ଷର ପ୍ୟାକ ନେବା ଦ୍ୱାରା ୪କେ ଏଚଡି ଓିଭି ମାଗଣାରେ ମିଳିବ ।
– ଏଥିପାଇଁ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍ ରହିଛି ।
– ଭଏସ କଲିଂ ପାଇଁ କୌଣସି ଚାର୍ଜ ଲାଗିବ ନାହିଁ ।
– ୫୦୦ ଟଙ୍କାରେ ଅନଲିମିଟେଡ ଇଣ୍ଟରନ୍ୟାସନାଲ କଲିଂ ।
– ଏହାସହିତ ନେଟଫ୍ଲିକ୍ସ, ଆମାଜନ ଭଳି ପ୍ଲାଟଫର୍ମ ପ୍ରି ଲୋଡେଡ୍ ମିଳିବ
– ଶପିଂ ପାଇଁ ଏଆର ଡିଭାଇସ ବି ଲଞ୍ଚ