ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ନାମରେ ପାରାଦ୍ୱୀପ ବନ୍ଦରକୁ ନାମିତ କରିବାକୁ ସଂସଦରେ ଦାବି କଲେ ପ୍ରସନ୍ନ ଆଚାର୍ଯ୍ୟ । ପାରାଦୀପ ବନ୍ଦର ର ନାମ ପରିବର୍ତ୍ତନ କରି ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ନାମରେ କରିବାକୁ ସେ ଦାବି କରିଛନ୍ତି । ଆଜି ରାଜ୍ୟସଭାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ବିଜୁ ପଟ୍ଟନାୟକ ଓଡ଼ିଶାର ଆର୍ଥିକ ସ୍ଥିତି ଭଲ ନଥିବା ସମୟରେ ଏହି ବନ୍ଦର ଆରମ୍ଭ କରିଥିଲେ । ଆରମ୍ଭ ସମୟରେ ସେତେବେଳେ ରେ କେନ୍ଦ୍ର ର କଂଗ୍ରେସ ସରକାର ସହଯୋଗ କରିନଥିଲା । ପରବର୍ତୀ ପର୍ଯ୍ୟାୟ ରେ ଏହାକୁ ସହଯୋଗ ଦେଇଥିଲେ । ଏବଂ କେନ୍ଦ୍ର ସରକାର ଏକ ପଦକ୍ଷେପ ଆଣିଛନ୍ତି ଯାହାକି ବହୁତ ସ୍ୱାଗତ ଯୋଗ୍ୟ । ଯେଉଁଥିରେ ଅନେକ ବନ୍ଦରର ନାମ ଦେଶ ପାଇଁ ଜାତି ପାଇଁ ଭଲ କାର୍ୟ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କ ନମରେ କରିଛନ୍ତି ।
କେ କାମରାଜ୍ ଙ୍କ ନାମରେ ଗୋଟିଏ ବନ୍ଦର ନାମିତ ହୋଇଛି । ସେହିପରି କୋଲକାତା ବନ୍ଦର ର ନାମ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ନାମରେ ଗୁଜୁରାଟ ବନ୍ଦର ର ନାମ ଶ୍ୟାମା ପ୍ରସାଦ ମୁଖାର୍ଜୀ ହୋଇଛି । ସେଥିପାଇଁ ମୁଁ ଦାବି କରିଛି ବିଜୁ ବାବୁଙ୍କ ନାମରେ ଏହା ନାମିତ ହେଉ । ଏହି ପ୍ରସଙ୍ଗକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହା ଉପରେ ସକାରାତ୍ମକ ଭାବ ପ୍ରକାଶ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024