ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସାବରମତୀ ଆଶ୍ରମରୁ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ର ଶୁଭାରମ୍ଭ କରିବେ । ଚଳିତବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୁରଣ ହେବାକୁ ଯାଉଛି । ଏହା ପୂର୍ବରୁ ମୋଦୀ ସାବରମତୀ ଆଶ୍ରମରେ ପହଞ୍ଚି ବାପୁଜିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ସେ ଅନେକ ସାଂସ୍କୃତିକ ଓ ଡିଜିଟାଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ସାବରମତୀରେ ଜନତାଙ୍କୁ ସମ୍ବୋଧନ କରିବେ ।
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସବରମତି ଆଶ୍ରମରେ ସବୁଜ ପତାକା ଦେଖାଇ ଏକ ଯାତ୍ରାର ଶୁଭାରମ୍ଭ କରିବେ,ଯାହା ନାଭସାରୀଙ୍କ ଦାଣ୍ଡିକୁ ଯିବ । ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଉପସ୍ଥିତ ଥିଲେ ।
ଭାରତବାସୀଙ୍କ ମଧ୍ୟରେ ଗୌରବର ଉଚ୍ଛ୍ୱାସ ଏବଂ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ଏହି ପଦଯାତ୍ରା ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଆଜି ଉଦ୍ଘାଟିତ ହେବାକୁ ଥିବା ୩୭ଟି ମଧ୍ୟରୁ ୭ଟି ପ୍ରଦର୍ଶନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିବେ। ସେହି ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ କାଶ୍ମୀର ଶାମ୍ବା, ବାଙ୍ଗାଲୋର, ପୁନେ, ମୋରିୟାନ୍, ପାଟନା ଓ ଭୁବନେଶ୍ୱର।
ଏହି ଅବସରରେ ଶ୍ରୀ ଜାବଡେକର କହିଛନ୍ତି ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ସରକାର ନିଜର ଆଗ୍ରହ ପ୍ରକାଶ କରିଛନ୍ତି । ଦାଣ୍ଡି ଯାତ୍ରାର ର ବାର୍ଷିକୀ ଅବସରରେ ଏହି କାର୍ୟ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ।