ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶ ପାଳୁଛି ଇଦ ଉଲ ଜୁହା । ଏହି ଅବସରରେ ପ୍ରତ୍ୟେକ ବର୍ଷ ପାକିସ୍ତାନ ଏବଂ ଭାରତର ଯବାନଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଏସଏଫଙ୍କ ଠାରୁ ମିଠା ନେବା ପାଇଁ ମନା କରି ଦେଇଛି ପାକିସ୍ତାନ । ପ୍ରତ୍ୟକ ବର୍ଷ ଯେବେ ବି କୌଣସି ବଡ ଉତ୍ସବ ହୋଇଥାଏ ଏହି ଅବସରରେ ଅଟାରି ୱାଘା ବର୍ଡରରେ ପାକିସ୍ତାନ ଓ ଭାରତ ମଧ୍ୟରେ ମିଠା ଅଦାନ ପ୍ରଦାନ ହୋଇଥାଏ ।
କେବଳ ଏତିକି ନୁହେଁ ଅନ୍ତରାଷ୍ଟ୍ରୀୟ ହୁସେନୱାଲା ଜଏଣ୍ଟ ଚେକ ପୋଷ୍ଟରେ ବି ପାକ ଓ ଭାରତ ମଧ୍ୟରେ ମିଠା ଦେବା ନେବା କାର୍ଯ୍ୟକ୍ରମ ହୋଇନାହିଁ । ଏହାର ପ୍ରମୁଖ କାରଣ ହେଉଛି ଜାମ୍ମୁକାଶ୍ମୀରରୁ ଧାରା ୩୬୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ।
ଏନେଇ ବିଏସଏଫର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ପାକିସ୍ତାନ ପକ୍ଷରୁ ବକ୍ରିତ ଅବସରରେ ୱାଘା ବର୍ଡର ଏବଂ ହୁସେନି ବାଲା ବର୍ଡରରେ ମିଠା ଦେବା ନେବାର କୌଣସି ସନ୍ଦେସ ପଠା ଯାଇ ନାହିଁ । ମାତ୍ର ପ୍ରତ୍ୟକ ବର୍ଷ ପାକିସ୍ତାନ ପକ୍ଷରୁ ପ୍ରଥମେ ସନ୍ଦେଶ ଆସୁଥିଲା ମାତ୍ର ଚଳିତ ବର୍ଷ ଏଭଳି କୌଣସି ସନ୍ଦେଶ ଆସି ନାହିଁ । ସୂଚନାଯୋଗ୍ୟ ପାକିସ୍ତାନ ତା ତରଫରୁ ଭାରତ ସହିତ ସମସ୍ତ ବାଣିଜ୍ୟକ ଓ ରାଜନୈତିକ ସମ୍ପର୍କ ଛିନ୍ନ କରିଛି । ଏମିତି କି ସମଝୋତା ଏକ୍ସପ୍ରେସକୁ ମଧ୍ୟ ବନ୍ଦ କରିଛି ।