ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ବ୍ୟାଙ୍କ ଏକ ବଡ ନିଷ୍ପତି ନେଇଛି । ଆଜ୍ଞା ହଁ ମାର୍ଚ୍ଚ ୧ ରୁ ଦୁଇ ହଜାର ଟଙ୍କା ନୋଟ୍ କୁ ନେଇ ବ୍ୟାଙ୍କ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି ।
ଗ୍ରାହକ ଆଉ ଏଟିଏମ୍ ରୁ ୨ ହଜାର ଟଙ୍କିଆ ନୋଟ୍ ଉଠାଇ ପାରିବେନି । ବ୍ୟାଙ୍କର ନିଷ୍ପତି ଅନୁଯାୟୀ ଏଟିଏମରେ ଆଉ ୨ ହଜାର ଟଙ୍କିଆ ନୋଟ୍ ଭର୍ତ୍ତି କରାଯିବ ନାହିଁ । ଏନେଇ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ରାଞ୍ଚକୁ ଜଣାଇ ଦିଆଯାଇଛି ।
ଏଥିପାଇଁ ବ୍ୟାଙ୍କ ପକ୍ଷରୁ ୧୭ ଫେବୃଆରୀ ୨୦୨୦ ରେ ଏକ ସର୍କୁଲାର ଜାରି କରାଯାଇଥିଲା । ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି, ଏଟିଏମ ରୁ ୨ ହଜାର ଟଙ୍କା ଉଠିବା ପରେ ଏହାକୁ ଗ୍ରାହକଙ୍କୁ ଦୋକାନରେ ଭଙ୍ଗେଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ବ୍ୟାଙ୍କର ସର୍କୁଲାର ଅନୁସାରେ, ମାର୍ଚ୍ଚ ୧ ରୁ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ ରେ ୨ ହଜାର ଟଙ୍କିଆ ନୋଟ୍ ରଖୁଥିବା କ୍ୟାସେଟ୍ସ କୁ ଡିସଏବୁଲ କରିଦିଆ ଯିବ । ଏହାସହିତ ଏଟିଏମ ମେସିନରେ ୨ ଶହ ଟଙ୍କିଆ କ୍ୟାସେଟ୍ସ ସଂଖ୍ୟାକୁ ଆହୁରି ବଢାଇ ଦିଆଯିବ ।
ଏହି ନିଷ୍ପତି କେବଳ ଇଣ୍ଡିଆ ବ୍ୟାଙ୍କ ପକ୍ଷରୁ ନିଆଯାଇଛି । ମାତ୍ର ଅନ୍ୟ ବ୍ୟାଙ୍କ ଗୁଡିକ ଏଭଳି କøଣସି ନିଷ୍ପତି ନେଇ ନାହାନ୍ତି ।