ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ସବୁ କିଛି ବନ୍ଦ ହୋଇ ପଡିଛି । ମହାମାରୀ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ସବୁ କିଛି ପ୍ରଭାବିତ ହୋଇଛି । ତେବେ ଦେଶରେ କରୋନା ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାରଙ୍କ ଧୀରେ ଧୀରେ ସ୍ଥିତିକୁ ସୁଧାରିବାରେ ଲାଗିଛନ୍ତି । ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାରାବାହିକ ଏବଂ ଚଳଚ୍ଚିତ୍ର ନିର୍ମାଣ କାମ ଆରମ୍ଭ କରିବା ପାଇଁ ଏସଓପି ଜାରି କରିଛନ୍ତି । ଏନେଇ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି ।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଏସଓପି ଅଣାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ଫିଲ୍ମ ଏବଂ ଟିଭି ଧାରାବାହିକ କାମ ଆରମ୍ଭ ହୋଇପାରିବ। ତେବେ ଧାରାବାହିକ ଏବଂ ଚଳଚ୍ଚିତ୍ର ସୁଟିଂ ସମୟରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । ଖାଲି ସେତି କି ନୁହେଁ ମେକଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ ପିନ୍ଧିବାକୁ ପଡ଼ିବା ସହ ସାମାଜିତ ଦୂରତା ଅବଲମ୍ବନ କରିବାକୁ ପଡ଼ିବ ।
ତେବେ କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତ କରାଯିବ । ଏହାସହ ସୂଚନା ଓ ପ୍ରମାରଣ ମନ୍ତ୍ରାଳୟ ପକ୍ଷରୁ ଧାରାବାହିକର ସୁଟିଂ କାର୍ୟ୍ୟ ପୁନଃ ଆରମ୍ଭ କରିବା ପାଇଁ ଏକ ବିସ୍ତୃତ ଏସଓପି ଜାରି କରାଯାଇଛି । ସେଟ ଗୁଡିକରେ ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ୍ ସ୍କ୍ରିନିଂ, ଫେସ୍ କଭର, ମାସ୍କର ବ୍ୟବହାର ଏବଂ ୬ ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଏସଓପିରେ କୁହାଯାଇଛି। ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024