ସମ୍ବଲପୁର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଲାଗି ରହିଛି ଲଗାଣ ବର୍ଷା । ଯାହାର ପ୍ରଭାବରେ ପଶ୍ଚିମ ଓଡିଶା ଏକ ପ୍ରକାର ବେହାଲ ହୋଇ ପଡିଛି । ଅନ୍ୟପଟେ ମହାନଦୀ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁୀଦ ଜଳ ଭଣ୍ଡାରରେ ଜଳସ୍ଥର ବଢିବାରେ ଲାଗିଛି । ଚଳିତ ବର୍ଷର ପ୍ରଥମ ଥର ହଙ୍କଳରଦ ଜଳ ଭଣ୍ଡାରରୁ ବନ୍ୟା ଜଳ ଆଜି ନିସ୍କାସିତ ହେବ । ସୂୂଚନା ଅନୁସାରେ ଆଜି ୧୧ ଟା ପରେ କୌଣସି ସମୟରେ ହୀରାକୁଦ ଗେଟ ଖୋଲା ଯାଇପାରେ । ଏହି ଅବସରରେ ନଦୀ ଉପକୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ବନ୍ୟାଜଳ ନିସ୍କାସନ ପ୍ରଭାବରେ ଉପକୂଳ ଓଡିଶାର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ୧୫ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ। ଏଥିଲାଗି କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାଗୁଡ଼ିକରେ ନଦୀବନ୍ଧ ଗୁଡ଼ିକର ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ପଶ୍ଚିମ ଓଡିିଶାର ୫ ଟି ଜିଲ୍ଲା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ୭ ଦିନ ପାଇଁ ରିଲିଫ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଏହି ୫ଟି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଦମାଳ ଏବଂ ସୋନପୁର ପାଇଁ ରିଲିଫ ଘୋଷଣା କରାଯାଇଛି । ବଲାଙ୍ଗୀରରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି ।