ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶାରେ ବିଜେଡିର ଟ୍ରେଣ୍ଡ ଫଳାଫଳକୁ ନେଇ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପୂର୍ଣ୍ଣ ଫଳାଫଳା ନଆସିଥିବା ବେଳେ ମୋଦିଙ୍କ ଏହି ଟ୍ୱିଟ ରାଜନୀତି ପାଣି ପାଗକୁ ଆହୁରି ସରଗରମ କରିଛି । ମୋଦି ଟ୍ୱିଟ କରି ନବୀନଙ୍କୁୂ ଆଗାମୀ ଶାସନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ଚାଲିଥିବା ବେଳେ ମୋଦିଙ୍କର ନବୀନଙ୍କୁ ଅଭିନନ୍ଦନ ଜଣାଇବା ନେଇ ଚର୍ଚ୍ଚା ଜୋର ଧରିଛି ।
Congratulations to Naveen Babu for yet another victory in Odisha. Wishing
him the very best for the next term.ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା । @Naveen_Odisha
— Chowkidar Narendra Modi (@narendramodi) May 23, 2019
ସୂଚନାଯୋଗ୍ୟ ବିଜେପିକୁ ମତ ଦେବା ପାଇଁ କଂଗ୍ରେସ ପକ୍ଷରୁ ମହାମେଣ୍ଟ ନେଇ ସୋନିଆ ଗାନ୍ଧୀ ଆଜି ନବୀନଙ୍କୁ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲା । ତେବେ ଏବେ ଯେଉଁ ଟ୍ରେଣ୍ଡ ଆସୁଛି ଏଥିରେ ବିଜେପି ସବୁଠାରୁ ଆଗରେ ରହିଛି । ଏଥିରୁ ଚିତ୍ର ସ୍ପଷ୍ଟ ହେଉଛି ଯେ ମୋଦି କେନ୍ଦ୍ରରେ ଏକ ପ୍ରକାର ସରକାର ଗଢିବା ସ୍ଥିର ହୋଇ ସାରିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ସବ ମନା ଯାଉଛି ।
ସେହିଭଳି ଓଡିଶାରେ ବିଜେଡି ମଧ୍ୟ ତାର ସ୍ଥିତି ବଜାୟ ରଖିଛି । ବିଜେଡି ୧୦୫ ବିଧାନସଭା କ୍ଷେତ୍ରରେ ଆଗୁଆ ରହିଛି । ସେହିଭଳି ଲୋକସଭା ଆସନ କ୍ଷେତ୍ରରେ ବିଜେଡି ୧୪ ଟି ଲୋକସଭା କ୍ଷେତ୍ରରେ ଆଗରେ ରହିଛି । ସେହିଭଳି ଲୋକସଭା କ୍ଷେତ୍ରରେ ବିଜେପି ୭ ଟିରେ ଆଗରେ ରହିଛି । ତେବେ ବିଜେପି ରାଜ୍ୟରେ ବିଧାନସଭା କ୍ଷେତ୍ରରେ ୨୩ ଟି ଆସନରେ ଆଗରେ ରହିଛି ।