ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ସୀମାରେ ହିଂସାର ଟିପ୍ପଣୀ ଦେବା ପରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଟ୍ୱିଟ୍ ର ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରରେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କୁ ‘ମାଲିକ’ ର ସମ୍ବୋନ୍ଧନ କରି କହିଛନ୍ତି କି ଜାମ୍ମୁ-କାଶ୍ମୀର ପାଇଁ ଆପଣଙ୍କ ନିମନ୍ତ୍ରଣକୁ ମୁଁ ସ୍ୱାଗତ କରୁଛି । ମୁଁ ସେଠାକୁ ଆସି ଲୋକମାନଙ୍କ ସହିତ ଦେଖା ହେବାକୁ ଚାହୁଁଛି । ଆପଣ କୁହନ୍ତୁ ମୁଁ କେବେ ଆସିବି?
ଏହାପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲିକ କହିଥିଲେ କି, ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବିମାନ ପଠାଇବେ , ଯାହାଦ୍ୱାରା ସେ କାଶ୍ମୀର ଗସ୍ତରେ ଏଠାକାର ସମସ୍ତ ସତ୍ୟତା ଜାଣିପାରିବେ । କାଶ୍ମୀର ଘାଟିରେ ହିଂସା ଉପୁଜୁଥିବା ରାହୁଲଙ୍କ ବୟାନ ପରେ ସୋମବାର ରାଜ୍ୟପାଳ ଏହି ବୟାନ ଦେଇଥିଲେ ।
ରାହୁଲଙ୍କୁ ଜବାବ ଦେଇ ରାଜ୍ୟପାଳ କହିଥିଲେ କି ତାଙ୍କୁ ତାଙ୍କର ଜଣେ ନେତାଙ୍କ ବ୍ୟବହାର ବିଷୟରେ ଲାଜ ଲାଗିବା ଉଚିତ୍, ଯିଏ ସଂସଦରେ ମୁର୍ଖଙ୍କ ଭଳି କଥା ବର୍ତ୍ତା କରୁଛନ୍ତି । ସେଥିପାଇଁ ମୁଁ ରାହୁଲଙ୍କୁ ଏଠାକୁ ଆମନ୍ତ୍ରିତ କରିଛି । ମୁଁ ତାଙ୍କ ପାଇଁ ଏକ ବିମାନ ପଠାଇବି, ସେ ଏଠାକୁ ଆସି ସ୍ଥିତି ପରଖନ୍ତୁ ତା ପରେ ଯାଇ କହିବେ । ଆପଣ ଜଣେ ଦାୟିତ୍ୱାନ୍ ବ୍ୟକ୍ତି ଆପଣ ଏଭଳି କହିବା ଉଚିତ୍ ନୁହେଁ ।
ଏହାପରେ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ମଙ୍ଗଳବାର ରାହୁଲ ଗାନ୍ଧୀ କହିଥିଲେ କି ବିପକ୍ଷୀନେତାଙ୍କ ଏକ ପ୍ରତିନିଧିମଣ୍ଡଳ ସେଠାକୁ ଯିବ କିନ୍ତୁ ଆମକୁ ବିମାନର ଆବଶ୍ୟକତା ରହିଛି ।