ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପୁଣି ଦେଶବ୍ୟାପି ପେଟ୍ରୋଲ ଦର ବୃଦ୍ଧି ହୋଇଛି । ମାତ୍ର ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତକାଲି ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲା । କିନ୍ତୁ ଶୁକ୍ରବାର ପେଟ୍ରୋଲ ଦରରେ ୧୫ ପଇସା ବୃଦ୍ଧି କରାଯାଇଛି । ସେହିଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ୧୫ ପଇସା ବୃଦ୍ଧି ହୋଇ ଲିଟର ପିଛା ପେଟ୍ରୋଲ ୭୫.୩୫ ଟଙ୍କାରେ ପହଁଚିଥିବା ବେଳେ ଡିଜେଲ ଦର ଲିଟର ପିଛା ୬୫.୮୫ ଟଙ୍କା ରହିଛି ।
ଅପରପକ୍ଷେ ମୁମ୍ବାଇ ରେ ବି ପେଟ୍ରୋଲ ଦର ୧୫ ପଇସା ବୃଦ୍ଧି ହୋଇ ୮୦.୦୧ ଟଙ୍କାରେ ପହଞ୍ଚିଛି । କିନ୍ତୁ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୫ ପଇସା ବୃଦ୍ଧି ହୋଇ ଲିଟର ପିଛା ୭୭.୦୪ ଟଙ୍କାରେ ପହଁଚିଛି । ଚେନ୍ନାଇରେ ପେଟ୍ରୋଲ ଦର ବୃଦ୍ଧି ହୋଇ ଲିଟର ପିଛା ୭୭.୨୯ ଟଙ୍କାରେ ପହଁଚିଛି । ଡିଜେଲ ଦରରେ କୌଣସି ପରିବର୍ତ୍ତନ ନହୋଇ ଲିଟର ପିଛା ୬୯.୫୯ ଟଙ୍କା ରହିଛି ।