ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ଋଷ ରାଜଧାନୀ ମସ୍କୋରେ ଏକ ବିମାନ । ଏଠାରେ ଏକ ବିମାନ ଗୁରୁବାର ଉଡାଣ ଭରିବା ପରେ ଆକାଶମାର୍ଗରେ ପକ୍ଷୀ ଦଳଙ୍କ ସହିତ ମାଡ ହୋଇଯାଇଥିଲା । ଫଳରେ କିଛି ପକ୍ଷୀ ବିମାନର ଇଞ୍ଜିନରେ ଫସିଯିବା ଯୋଗୁଁ ଯାତ୍ରୀଙ୍କ ଜୀବନ ବିପଦରେ ପଡିଯାଇଥିଲା ।
ଏଭଳି ପରିସ୍ଥିତିରେ ପାଇଲଟ୍ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ମସ୍କୋର ମକା କ୍ଷେତରେ ଲ୍ୟାଣ୍ଡିଂ କରାଇଥିଲେ । ଯାହାଫଳରେ ବିମାନରେ ଯାତ୍ରା କରୁଥିବା ୨୩୩ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା । ହୁଏତ ଏଥିରେ ୨୩ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ।
ମିଡିଆ ରିପୋର୍ଟ ମୁତାବକ, ୟୁରାଲ ଏୟାରଲାଇନ୍ସର ବିମାନ ଏୟରବସ ୩୨୧ ବିମାନଟି ଯୁକୋବକ୍ସି ବିମାନବନ୍ଦରରୁ କ୍ରିମିୟା ଫୋରୋପୋଲ ପାଇଁ ଉଡାଣ ଭରିଥିଲା । ଯାହାର କିଛି ସମୟ ମଧ୍ୟରେ ପକ୍ଷୀଙ୍କ ସହ ବିମାନଟି ମାଡ ହୋଇଯାଇଥିଲେ, ଏଥିରେ କିଛି ପକ୍ଷୀ ଫସି ଯିବା ଯୋଗୁଁ ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା । ଏହାପରେ ବିମାନବନ୍ଦରର ଗୋଟେ କିଲୋମିଟର ଦୂରରେ ଥିବା ଏକ ମକା କ୍ଷେତରେ ବିମାନକୁ ପାଇଲଟ ଓହ୍ଲାଇଥିଲେ ।