ଭଦ୍ରକ ( ଏଟିଆର ବ୍ୟୂରୋ): ଆଜି ସକାଳୁ ସକାଳୁ ଭଦ୍ରକରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାରକୁ ଟ୍ରକ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ମୁତାବକ ୧୬ ନଂ ଜାତୀୟ ରାଜପଥ ଭଣ୍ଡାରୀ ପୋଖରି ଦମକଳ କେନ୍ଦ୍ରରେ ହୋଇଛି ଏହି ଦୁର୍ଘଟଣା । କାରରେ ପୁରା ଗୋଟିଏ ପରିବାରର ୫ ଜଣ ରହିଥିଲେ ।
ସେମାନେ ଆଜି ପୁରୀରୁ ଦର୍ଶନ ସାରି ପଶ୍ଚିମବଙ୍ଗ ଫେରୁଥିବା ବେଳେ ତାଙ୍କ କାର ପଛରୁ ଏକ ଆଳୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଗାଡିର ଆଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାକୁ ନେଇ କିଛି ସମୟ ରାସ୍ଥା ପୁରା ଜାମ ରହିଥିଲା । ଦୁଇ ତିନି ଘଣ୍ଟାକାଳ ରାସ୍ଥାରେ ଅନ୍ୟଗାଡି ସବୁ ଅଟକି ରହିଥିଲେ । ତେବେ ରାତି ଅନିଦ୍ରା ହୋଇ ଗାଡି ଚଳାଉ ଥିବାରୁ ଏମିତି ଅଘଟଣ ଘଟିଛି ବୋଲି ଆଲୋଚନା ହେଉଛି ।