ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ୩୭୦ ଉଚ୍ଛେଦ ହେବା ପରେ ଧିରେଧିରେ ଜାମ୍ମୁକାଶ୍ମୀରରେ ସ୍ଥିତି ସୁଧୁରିବାରେ ଲାଗିଛି । ଗତ ଅଗଷ୍ଟ ୫ ତାରିଖରେ ସରକାର ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ସହିତ ରାଜ୍ୟକୁ ଦୁିଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେରକାରଙ୍କ ଏହି ନିଷ୍ପତ୍ତିକୁ ବରୋଧ କରି ଆସୁଛି ପାକିସ୍ତାନ । ଏମିତିକି ଏହି ପ୍ରସଙ୍ଗରେ ପାକିସ୍ତାନ ଜାତିସଂଘର ହସ୍ତକ୍ଷେପ ଲୋଡିଥିଲା । ତେବେ ବରୋଧୀ କୌଣସି ଅଘଟଣ ଘଟାଇବା ଆଶଙ୍କା କରି ସେଠାରେ ବ୍ୟାପକ ସେନା ନିୟୋଜିତ କରାଯିବା ସହିତ କଫ୍ୟୁ ଲାଗୁ ହୋଇଥିଲା ।
ଏହି ଅବସରରେ ଇଣ୍ଟାନେଟସେବା ଓ ଫୋନ ସେବା ବନ୍ଦ କରାଯିବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜକୁ ମଧ୍ୟ ବନ୍ଦ ରଖାଯାଇଥିଲା । ତେବେ ସ୍ଥିତିରେ ସୁଧାର ଆସିବାରୁ ଗତକାଲି ଏଠାରେ ସମସ୍ତ ସରକାରୀ ଅଫିସ ଖୋଲାଯିବା ସହିତ ଆଠସିକ ଭାବେ ଫୋନ ସେବା ମଧ୍ୟ କାର୍ଯ୍ୟକ୍ଷମ କରାଯାଇଥିଲା । ସେହିଭଳି ଇଣ୍ଟରନେଟ ସେବା ମଧ୍ୟ ସ୍ୱଭାବିକ ହୋଇଛି । ସୁରକ୍ଷାକୁ ନଜରରେ ରଖି ପର୍ୟ୍ୟାୟକ୍ରମେ ଅନ୍ୟାନ୍ୟ କଟକଣା ଓ ଯୋଗାଯୋଗ ମାଧ୍ୟମଗୁଡ଼ିକୁ କାର୍ୟ୍ୟକ୍ଷମ କରାଯିବ ବୋଲି ଜମ୍ମୁ ଓ କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ କହିଛନ୍ତି ।
ଗତକାଲି ସୁବ୍ରମଣ୍ୟମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସରକାରୀ କାର୍ଯ୍ୟାଳୟ ଖୋଲିବା ପରେ ଧିରେ ଧିରେ ଉପସ୍ଥାପନ ବଢୁଛି । ଆସନ୍ତା ସେମାବାର କାର୍ଯ୍ୟାଳୟ ଗୁଡିକରେ ସୂଚାର ରୂପେ କାର୍ଯ୍ୟ ଆରମ୍ଭ ହେବ । ପାକିସ୍ତାନ ଏବଂ ବିଭିନ୍ନ ଆତଙ୍କି ସଂଗଠନ ଗୁଡିକର ଶତଚେଷ୍ଟା ଫଳରେ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ସରକାର ଓ ପ୍ରଶାସନକୁ ଶାନ୍ତି ବଜାୟ ରଖିବାରେ ସ୍ଥାନୀୟ ଜନତା ପୂର୍ଣ୍ଣ ସହଯୋଗ କରିଛନ୍ତି ।