ଲକ୍ଷେ୍ନø(ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶ କ୍ୟାବିନେଟ ଏକ ବଡ ନିଷ୍ପତି ନେଇଛନ୍ତି । ରାଜ୍ୟରେ ୨୧୮ଟି ଫାଷ୍ଟ-ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ବହୁଚର୍ଚ୍ଚିତ ଉନ୍ନଓ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟ କ୍ୟାବିନେଟ ସୋମବାର ଦିନ ଏହି ନିଷ୍ପତି ନେଇଛନ୍ତି । ଏହି କୋର୍ଟ ଗୁଡିକ ପ୍ରତିଷ୍ଠା ହେବା ପରେ ମହିଳା ଓ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣା ଗୁଡିକରେ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଇପାରିବ । ସୋମବାର ଦିନ ଲୋକ ଭବନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୨୧୮ଟି ଫାଷ୍ଟ-ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତି ନିଆଯାଇଛି ।
ଏହି ବୈଠକ ପରେ ଆଇନ ମନ୍ତ୍ରୀ ବ୍ରଜେଶ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି କୋର୍ଟ ଗୁଡିକରେ ମହିଳା ଓ ଶିଶୁ ମାନଙ୍କ ପ୍ରତି ହୋଉଥିବା ଅପରାଧ ମାମଲାରେ ଶୁଣାଣି କରାଯିବ । ଯେତେ ଶ୍ରୀଘ୍ର ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଅପରାଧ ମାମଲାରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦିଆଯିବ । ୨୧୮ଟି ଫାଷ୍ଟ-ଟ୍ରାକ କୋର୍ଟ ମଧ୍ୟରୁ ୧୧୪ଟି ମହିଳାଙ୍କ ପାଇଁ ଓ ୭୪ଟି ଶିଶୁଙ୍କ ପାଇଁ ପ୍ରତିଷ୍ଠା କରାଯିବ । ପ୍ରତି କୋର୍ଟ ପ୍ରତିଷ୍ଠା କରିବା ପାଇଁ ପାଖାପାଖୀ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।