ରାଉରକେଲା (ଏଟିଆର ବ୍ୟୁରୋ): ଦମ୍ପତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ରାଉରକେଲଲା ଏନଆଇଟି କ୍ୱାଟରରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦମ୍ପତ୍ତି ହେଲେ ଏନଆଟିର ସରକାରୀ ପ୍ରଫେସର ଆରକେ ବାଲାନ ଓ ତାଙ୍କ ପତ୍ନୀ । ସୂଚନା ଅନୁସାରେ ପ୍ରଫେସର ଆରକେ ବାଲାନ ରାଉରକେଲା ଏନଆଇଟି ଲାଇଫ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।
୯ ବର୍ଷ ତଳେ ପ୍ରଫେସର ଆର ବାଲାନ ବିବାହ କରି ତାଙ୍କ ପତ୍ନୀଙ୍କ ସହିତ ଏନଆଇଟି କ୍ୱାଟରରେ ରହୁଥିିଲେ । ଗତ ଦୁଇଦିନ ହେଲା ତାଙ୍କ କ୍ୱାଟରର କବାଟ ଭିତର ପଟୁ ବନ୍ଦ ରିହିଥିଲା, ଯାହାକି ସେଠାକାର ଲୋକଙ୍କର, ସନ୍ଦେହ ହେଉଥିଲା । ଆଜି ଘର କ୍ୱାଟର ଭିତରୁ ଦୁର୍ଗନ୍ଧ ହେବାରୁ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ ଏନଆଇଟିର ସିକ୍ୟୁରୁଟି ଇନଚାର୍ଜ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ସେକ୍ଟର -୩ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ୱାଟର ଭିତରେ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରିଛି । ଉକ୍ତ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାଇନଟିଫିକ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦେହକୁ ଉଦ୍ଧାର ପରେ ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଚେଦ କରିବାକୁ ପଠାଯାଇଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ହିଁ ଆଗକୁ ସ୍ପଷ୍ଟ କରିବ ଏହା ଆତ୍ମହତ୍ୟା କି ସେମାନଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି ।