ସମ୍ବଲପୁର(ଏଟିଆର ବ୍ୟୁରୋ): ମହାନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିବାରୁ ବନ୍ଦ ହେଲା ହୀରକୁଦ ଜଳ ଭଣ୍ଡାରର ୧୦ ଟି ଗେଟ । ପୂର୍ବରୁ ୧୪ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ୧୦ ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୪ ଟି ଗେଟ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି । ପୂର୍ବରୁ ୭ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା ମାତ୍ର ଗତକାଲି ପୁଣି ଅଧିକ ୭ ଟି ଗେଟ ଖୋଲା ଯାଇଥିଲା । ସର୍ବମୋଟ ୧୪ ଗେଟ ଦେଇ ଗତକାଲି ଠାରୁ ଜଳନିସ୍କାସିତ ହେଉଥିଲା ।
ଆଜି ୧୦ ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୯.୪୫ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୯୬ ହଜାର ୮୩୬ କ୍ୟୁସେକ୍ ଜଳ । ଗତକାଲି ଠାରୁ ୨୦ ଘଣ୍ଟା ଧରି ଜଳ ନିସ୍କାସିତ ହେବା ପରେ ଆଜି ଜଳସ୍ତର କମି ଥିଲା । ଯାହା ଫଳରେ ଆଜି ୧୦ ଟି ଗେଟକୁ ବନ୍ଦ କରାଯାଇଛି । ୧୪ ଟି ଗେଟ ଖୋଲା ଥିବା ବେଳେ ସେକେଣ୍ତ ପ୍ରତି ୨ ଲକ୍ଷ ୪୦ ହଜାର ୪୨୬ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା ।
ସୂଚନାଯୋଗ୍ୟ ଗତ ୧୨ ତାରିଖରେ ହୋଇଥିବା ଲଘୁଚାପ ଫଳରେ ଉପର ମୁଣ୍ଡରେ ବର୍ଷାର ପରିମାଣ ବଢିଥିଲା ଯାହାଫଳରେ ଗତ ୧୪ ତାରିଖରେ ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲା ଯାଇଥିଲା ।