ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାହାଘର ପରେ ଶାଶୁଘରେ ବେଶ ଭଲରେ ଥିଲେ । ଶାଶୁଘର ଲୋକେ ବି ବୋହୂ ନୁହେଁ ବରଂ ଝିଅ ଭଳି ଦେଖୁଥିଲେ । କିନ୍ତୁ କେବେ ବିି ଭାବିନଥିଲେ ସେଦିନର ସେହି ଭୁଲ ଆଜି ସବୁ ଛାରଖାର କରିଦେବ ବୋଲି । ଯାହାତ ବଦନାମ ହେଲେ ହେଲେ ଶେଷରେ ଘରଲୋକ ବି ଏବେ ପାଖରେ ପୁରାଇବାକୁ ନାରାଜ । ସମସ୍ତେ ଛି ଛାକରା କରୁଛନ୍ତି । ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏବେ ଏମିତି ଦୋଛକିରେ ପଡିଛନ୍ତି ଜଣେ ନବବଧୂ । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଯୁବତୀ ଜଣଙ୍କ ତାଙ୍କର ଜଣେ କଲେଜର ସିନିୟର ପିଲାକୁ ଭଲ ପାଉଥିଲେ । କେଇଦିନ ଭିତରେ ଉଭୟଙ୍କ ସମ୍ପର୍କ ଅତି ନିବିଡ଼ ହୋଇଯାଇଥିଲା । ତେବେ ସମୟ ବଦଳିବା ସହ ଉଭୟଙ୍କ ପ୍ରେମରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ପୁଅର ଅନ୍ୟଜାତି ଆଉ ଅନ୍ୟପଟେ ପିଲାର ଆଚାର ବ୍ୟବହାର ବଦଳିଯିବାରୁ ଶେଷରେ ଯୁବତୀ ତାଙ୍କଠୁ ଅଲଗା ହୋଇ ଯାଇଥିଲେ । ପରିବାର ଲୋକ ଏସବୁ ମାମଲାରେ ଅଜଣା ଥିବା ବେଳେ ଝିଅକୁ ଅନ୍ୟତ୍ର ବିବାହ କରି ଦେଇଥିଲେ । ଯୁବତୀ ବି ସବୁ କିଛି ଭୁଲି ନିଜ ସଂସାର ସଜାଡିବାରେ ଲାଗିଥିଲେ । ହେଲେ ହିଂସା ପରାୟଣ ହୋଇ ପୂର୍ବତନ ପ୍ରେମିକ ଘଟାଇଥିଲା ଏଭଳି ଜଘନ୍ୟ କାଣ୍ଡ ।
ଉଭୟଙ୍କ ଭିତରେ ଥିବା ଅନ୍ତରଂଗ ମୂହୁର୍ତର ଭିଡ଼ିଓକୁ ଯୁବତୀଙ୍କ ସ୍ୱାମୀଙ୍କ ମୋବାଇଲକୁ ପଠାଇବା ସହ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଯାହାର ଏକ୍ସକ୍ଲ୍ୟୁସିଭ ଭିଡ଼ିଓ ପାଇଛି ଏଟିଆର ନ୍ୟୁଜ । ଏହି ଘଟଣା ପରେ ଏବେ ଯୁବତୀ ନା ବାପଘରର ହୋଇପାରିଛନ୍ତି ନା ଶାଶୁଘରର । ଜୀବନର ଦୋଛକିରେ ଏବେ ସେ ଛିଡା ହୋଇଛନ୍ତି ।