କନ୍ଧମାଳ(ଏଟିଆର ବ୍ୟୁରୋ): ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରିବା ଲାଗି କନ୍ଧମାଳ ଜିଲ୍ଲାର ଗାଁରୁ ନେଇକି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । କନ୍ଧମାଳ ପୋଲିସ ମଧ୍ୟ ପୁରା ପ୍ରସ୍ତୁତ । କନ୍ଧକାଳ ଜିଲ୍ଲାରେ ଜାଗା ଜାଗାରେ ଚେକିଙ୍ଗି, ସବୁ ଆଶ୍ରମକୁ କଡା ସୁରକ୍ଷା ଯୋଗାଇ ଦିଆଯାଇଛି । ଏହାର କାରଣ ହେଉଛି ୨୦୦୮ମସିହା ଅଗଷ୍ଟ ୨୩ ତାରିଖ ଦିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷଣାନନ୍ଦ ସ୍ୱରସ୍ୱତୀ ନିଜ ଶିଷ୍ୟ ମାନଙ୍କ ସହ ତୁମୁଡିବନ୍ଧସ୍ଥିତ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ କରୁଥିଲେ । ହତାଠ୍ କିଛି ଦୁର୍ବୃତ୍ତ ଆଶ୍ରମ ଭିତରକୁ ପସିଯାଇ ଆଖିବୁଜା ଗୁଳି ଚାଳନା କରିଥିଲେ ।ଏହି ଗୁଳି ମାଡରେ ସ୍ୱାମୀ ଲକ୍ଷଣାନନ୍ଦ ସ୍ୱରସ୍ୱତୀ ଓ ତାଙ୍କ ୪ ଜଣ ଶିଷ୍ୟ ଟଳିପଡିଥିଲେ । ଏହା ପରେ କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ବହୁ ଧନ ଜୀବନ ହାନି ହୋଇଥିଲା ।ଏହି ଘଟଣାର ପୁନାରବୃତ୍ତି ନ ହେବା ପାଇଁ ପ୍ରତିବର୍ଷ ଜନ୍ମାଷ୍ଟମୀରେ କନ୍ଧମାଳ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥାଏ ।
ଚଳିତ ବର୍ଷ ମଧ୍ୟ ହାଇଆଲର୍ଟରେ କନ୍ଧମାଳ ଜିଲ୍ଲା । ମୁଖତ୍ୟ ଅଜଣା ଲୋକଙ୍କ ଉପରେ କଡାନଜର ରଖାଯାଇଛି । ଯିବା ଆସିବା କରୁଥିବା ଗାଡି ଗୁଡିକୁ ଯାଞ୍ଚ କରୁଛି ପୋଲିସ । ମାଓବାଦୀ ଗତିବିଧି ଉପରେ ନଜର ରଖିବା ସହ ମାଓ ଇଲାକାରେ କମ୍ବିଂ ଅପେରୋସକୁ ଜୋରଦାର କରିଛି ପୋଲିସ । ବିଶେଷ କରି ତୁମୁଡିବନ୍ଧସ୍ଥିତ ଜଲେଶପଟ୍ଟା ଆଶ୍ରମ ଓ ଚକାପଦା ଆଶ୍ରମ ପରିସରରେ ପୋଲିସ ମୁତୟନ କରାଯାଇଛି । କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ ଜନ୍ମାଷ୍ଟମୀକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।