ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ମଝି ରାସ୍ତାରେ ପ୍ରସବ କଲେ ମହିଳା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଯାହା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଜଣେ ମହିଳା ମଝି ରାସ୍ତାରେ ପ୍ରସବ କରିଛନ୍ତି । ମହିଳା ଜଣଙ୍କ ମେଡିକାଲ ଯାଉଥିବା ବେଳେ କୋର୍ଟପେଟା ଛକ ନିକଟରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ।
ମହିଳା ଜଣଙ୍କ ବସରେ ମେଡିକାଲ ଆସୁଥିବା ବେଳେ ବସରୁ ଓହ୍ଲାଇ ମେଡିକାଲ ଯାଉଥିବା ବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ଏତେ ଅଧିକ ହୋଇଥିଲା ଯେ ମେଡିକାଲ ପର୍ଯ୍ୟନ୍ତ ମଧ୍ୟ ଯାଇ ପାରିନଥିଲେ । ଅଧାରାସ୍ତାରେ ପ୍ରସବ ହୋଇଥିଲା । ସେଠାରେ ଉପସ୍ଥିତ ଥିବା କିଛି ମହିଳାଙ୍କ ସହାୟତାରେ ପ୍ରସବ ହୋଇଥିଲା । ପ୍ରସବ ପରେ ସ୍ଥାନୀୟ ଲୋକେ ପ୍ରସବ ମହିଳା ଜଣଙ୍କୁ ମେଡିକାଲ ନେଇଥିଲେ ।
ସବୁଠାରୁ ବଡ କଥା ହେଉଛି ମହିଳା ଜଣଙ୍କ ସାଙ୍ଗରେ କେବଳ ଗୋଟିଏ ଛୋଟ ପୁଅ ଥିଲା । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସରକାରଙ୍କ ଆଶା ଦିଦି ନିଯୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି । ମହିଳା ଜଣଙ୍କ ସହିତ କାହିଁକି ଆଶା ଦିଦି ଓ ପରିବାର ଲୋକେ ନଥିଲେ ତାହା ଜଣା ପଡି ନାହିଁ ।