ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ପିଲାଙ୍କୁ ଦିଆଯିବ ହାପିନେଟ କିଟ୍ । ଯେଉଁଥିରେ ରହିଛି ପୃଷ୍ଟିକର ଖାଦ୍ୟ । ଏହି ପୃଷ୍ଟିକର ଖାଦ୍ୟରେ ରହିଛି ଅଟା , ଚଣା , ହଳଦୀ ଗୁଣ୍ଡ , ଡାଲଚିନ୍ , ଚିନା ବାଦାମ ,ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ ସହିତ ପେନ୍ , ପେନସିଲ, ସାନିଟାରି ନାପକିନ୍ , ନୋଟ୍ ପ୍ୟାଡ , ଟୁଥ୍ ପେଷ୍ଟ , ଲୁଣ ଓ ସାବୁନ ଆଦି ରହିବ ।
କରୋନା ସମୟରେ ପିଲାଙ୍କୁ ଖାଇବା ପାଇଁ ଦିଆଯାଉ ନାହିଁ । ମା ବାପାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି । କୋଭିଡ ୧୯ କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରଙ୍କୁ ଏହି କିଟ୍ ଦେବାକୁ ନିଷ୍ପତ୍ତି ହୋଇଛି । ଏବେ ସୁଦ୍ଧା ବେଙ୍ଗାଲୁରୁ , ସୁରଟ ,ଝାଲୱାର , ଯୋଧପୁର ,ଲକ୍ଷ୍ନୌ, , ଗୈାହାଟୀ , ଜୟପୁର , ଭାଇଜାଗ ସହରରେ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ବଣ୍ଟନ ସରିଛି ।
ହାପିନେସକ କିଟ ବଣ୍ଟନ କରିବା ଦ୍ୱାରା ୫ ଟି ଜିଲ୍ଲାର ୧୯୧୬ ସ୍କୁଲର ୧ ଲକ୍ଷ ୭୩ ହଜାରଛାତ୍ରଛାତ୍ରୀ ଉପକୃତ ହେବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଏହି କିଟ୍ ପ୍ରଦାନ କରାଯିବ । ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ଯୋଜନାରେ ବର୍ତ୍ତମାନ ଦେଶର ୯ ଟି ରାଜ୍ୟର ୨୦ ଟି ସ୍ଥାନରେ ୧.୬ ନିୟୁତ ପିଲାଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରିଛି ।
ଅଙ୍ଗନବାଡ଼ିରେ ଖାଦ୍ୟ ପ୍ରଦାନ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଖାଦ୍ୟ ଯୋଗାଣ, ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ଯୋଗାଣ, ଆର୍ଥିକ ଅନଗ୍ରସରଙ୍କ ପାଇଁ ରିହାତି ମୂଲ୍ୟରେ ମଧ୍ୟାହ୍ନ ଭୋଜନ, ଘର ଛାଡ଼ି ଚାଲି ଯାଇଥିବା ଶିଶୁଙ୍କ ପାଇଁ ଖାଦ୍ୟ ପ୍ରଦାନ ଆଦି ସମାଜସେବାମୂଳକ କାର୍ୟ୍ୟ କରୁଛି।