ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଏନଏକ୍ସ ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଗିରଫ କରାଯିବା ପରେ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କ ଚିନ୍ତା ବଢି ଯାଇଛି । ସେପଟେ ବିଟ୍ରେନରେ କାର୍ତ୍ତି ଚିଦମ୍ବରମଙ୍କର ବେଆଇନ ସମ୍ପତି ଥିବାର ଇଡି ପକ୍ଷରୁ ଦାବି କରାଯାଇଛି । ପୂର୍ବରୁ ବେଆଇ ସମ୍ପତି ମାମଲରେ ପି.ଚିଦମ୍ବରମ ଏବଂ କାର୍ତ୍ତି ଚିଦମ୍ବରମଙ୍କ ବିରୋଧରେ କଥିତ ରୂପେ ତଦନ୍ତକାରୀ ଏଜେନ୍ସି ଦ୍ୱାରା ତଦନ୍ତ କରାଯାଉଛି । ଲାଞ୍ଚରେ ମିଳିଥିବା ଟଙ୍କାକୁ କାର୍ତ୍ତି ବେଆଇନ ସମ୍ପତି କିଣିବାରେ ଉପଯୋଗ କରିଛନ୍ତି ବୋଲି ଅଭିଯୋଗ ରହିଛି ।
ମିଡିଆ ରିପୋର୍ଟ ଅନୁସାରେ କାର୍ତ୍ତିଙ୍କର ବେଆଇନ ସମ୍ପତି ସମ୍ପନ୍ଧରେ ଏକ ଇମେଲ ର ଖୁଲାସା କରାଯାଇଛି । ଯେଉଁଥିରେ କୁହାଯାଇଛି କି ବ୍ରିଟେନରେ କାର୍ତ୍ତି ବେଆଇନ ସମ୍ପତି କିଣିଛନ୍ତି । ଇମେଲରେ ହୋଇଥିବା ଏଭଳି ଆଲୋଚନା କାର୍ତ୍ତିଙ୍କ ପ୍ରପର୍ଟିି ଡିଲର ଲୋରେନ ମୁନି ଏବଂ ସିବିଏନ୍ ରେଡ୍ଡୀଙ୍କ ମଧ୍ୟରେ ହୋଇଛି । ଏଥିରେ କାର୍ତ୍ତିଙ୍କୁ ମଧ୍ୟ ମାର୍କ କରାଯାଇଛି । ସେପଟେ ଏଜେନ୍ସି ପକ୍ଷରୁ ଅଭିଯାଗ କରାଯାଇଛି କି କାର୍ତ୍ତି ନିଜର ୨୯ ମିଡ ହାଉସ ପ୍ରପର୍ଟିକୁ ମେଣ୍ଟେନ କରିବା ପାଇଁ କଥିତ ରୂପେ ୧୦୦୦ ବ୍ରିଟିଶ ପାଉଣ୍ଡ ଦେଇଥିଲେ ।