ମୁମ୍ବାଇ(ଏଟିଆର ବ୍ୟୁରୋ):ମୁମ୍ବାଇ ସ୍ଥିତ ଥିବା କଙ୍ଗନା ରଣାୱତଙ୍କ ପ୍ରଡକ୍ସନ କମ୍ପାନୀର ଅଫିସରେ ବିଏମସି ଚଢାଉ କରିଛି । କଙ୍ଗନା ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ତାଙ୍କୁ ଜଷ୍ଟିସ ଦେବା ପାଇଁ ଆଗକୁ ଆସି ମୁହଁ ଖୋଲିଥିଲେ କଙ୍ଗନା । ପରେ ସେ ବଲିଉଡର କଳା କାରନାମା ଓ ଶିବସେନା ଦଳ ଉପରେ ମଧ୍ୟ ତାଙ୍କ ମନ୍ତବ୍ୟ ଦେଇଥିଲେ । ତେଣୁ ଏହା ନେଇ ମହାରାଷ୍ଟ୍ର ସରକାର ବିଏମସି ଦ୍ୱାରା କଙ୍ଗନାଙ୍କ ଅଫିସ ରେଡ କରିଛି । ତାହା ପୁଣି କୌଣସି ନୋଟିସ ନ ପଠାଇ । ତେଣୁ କଙ୍ଗନା ପ୍ରଥମେ ନିଜ ଅଫିସର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି,ଏହା ମୁମ୍ବାଇରେ ମଣିକର୍ଣ୍ଣିକା ଫିଲ୍ମସର ଅଫିସ୍,ଯାହାକୁ ସେ ୧୫ବର୍ଷ ପରିଶ୍ରମ କରି ନିଜ ରୋଜଗାର କରିଛନ୍ତି,ତାଙ୍କ ଜୀବନରେ ଗୋଟିଏ ସ୍ବପ୍ନ ଥିଲା ଯେତେବେଳେ ସେ ଫିଲ୍ମ ନିର୍ମାତା ହେବେ ତାଙ୍କର ନିଜର ଏକ ଅଫିସ୍ ରହିବ କିନ୍ତୁ ବିଏମସିର ଏପରି ରେଡ କରିବା ଏବେ ପାଲଟିଛି କଙ୍ଗନାଙ୍କ ଚିନ୍ତାର କାରଣ । କଙ୍ଗନା ପୁଣି ଥରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିଏମସିର ଲୋକ କଙ୍ଗନାଙ୍କ ଅଫିସରେ ସବୁ କିଛି ଦେଖୁଛନ୍ତି। ଏହି ଭିଡିଓକୁ ସେୟାର କରି କଙ୍ଗନା ଲେଖିଛନ୍ତି ,‘ ସେମାନେ ଜବରଦସ୍ତି ତାଙ୍କ ଅଫିସ୍ ଭିତରକୁ ପଶି ଆସିଥିଲେ ଏବଂ ସବୁ କିଛି ଦେଖିଥିଲେ। ତାଙ୍କ ପଡ଼ୋଶୀମାନେ ଆପତ୍ତି କରିବାରୁ ତାଙ୍କୁ ମଧ୍ୟ ହଇରାଣ କରିଥିଲେ। ବିଏମସି କଙ୍ଗନାଙ୍କ ପଡୋସୀଙ୍କୁ ମଧ୍ୟ ଧମକ ଦେବା ଭଳି କହିଥିଲେ ସେ କଙ୍ଗନାଙ୍କ ପାଇଁ ସମସ୍ତଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ କିନ୍ତୁ ପରେ କଙ୍ଗନା କହିଥିଲେ ତାଙ୍କ ଅଫିସର ସବୁ କାଗଜ ପତ୍ର ଅଛି ଓ ଏହା ଲିଗାଲ ବୋଲି । ମୋ ଉଫିସକୁ ରେଡ କରିବା କାହାର କୌଣସି ଅଧିକାର ନାହିଁ । ମୁଁ ଅନ୍ୟ ମାନଙ୍କ ଭଳି କୌଣିସି କଳାକାରନାମା କରୁନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024