ଆବୁଧାବୀ(ଏଟିଆର ବ୍ୟୁରୋ):ଗତ କାଲିଠାରୁ ଦୁବାଇ ସ୍ଥିତ ଆବୁଧାବୀରେ ଆରମ୍ଭ ହୋଇଛି ଆଇପିଏଲ-୨୦୨୦ । ତେବେ ବେବେ ଏହା କୋଭିଡ-୧୯ର ନିୟମକୁ ପାଳନ କରାଯାଇ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ ମଧ୍ୟରେ ଆରମ୍ଭ ହୋଇଥିଲା । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ବିଜୟ ହାସର କରିଥିଲା ଚେନ୍ନାଇ ସୁପର କିଙ୍ଗ । ଟିମର ବିଜୟ ପରେ ମଧ୍ୟ କ୍ୟାପଟେନ କୁଲ ଧୋନୀ କହିଛନ୍ତି ଟିମ୍ କୁ ଆହୁରି ପରିଶ୍ରମ କରିବାକୁ ପଡିବ । ଟିମ ଉପରେ କଡା ନଜର ରଖୁଛନ୍ତି ଧୋନୀ । ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ-୨୦୨୦ର ଉଦଘାଟନୀ ମ୍ୟାଚରେ ଶନିବାର ମୁମ୍ବାଇ ଇଣ୍ଡିନଆନ୍ସକୁ ୫ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ମ୍ୟାଚ ପରେ ଅଧିନାୟକ ଧୋନୀ କହିଛନ୍ତି, ଟିମର କିଛି ବିଭାଗରେ ସଂଶୋଧନ ଅଣାଯିବାର ଆବଶ୍ୟକତା ରହିଛି । ଟାଇମିଂକୁ ନେଇ ଚେନ୍ନାଇ ଟିମକୁ ସଚେତନ ହେବାକୁ ପଡ଼ିବ ବୋଲି ଧୋନୀ କହିଛନ୍ତି । ଟସ୍ ଜିତି ଚେନ୍ନାଇ ଟିମ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଆବୁଧାବୀରେ ଆୟୋଜିତ ମ୍ୟାଚରେ ମୁମ୍ବାଇ ଟିମ ୨୦ ଓଭରରେ ୧୬୩ ରନ କରିଥିଲା । ଚେନ୍ନାଇ ଅମ୍ବାତି ରାୟଡୁଙ୍କ ୭୧ ରନ ଓ ଫାଫ ଡୁପ୍ଲେସିସଙ୍କ ଅପରାଜିତ ୫୮ ରନ ବଳରେ ୧୯.୨ ଓଭରରେ ୫ଟି ୱିକେଟ୍ ହରାଇ ୧୬୬ ରନ କରି ମ୍ୟାଚ ଜିତିଥିଲା । ଭଲ ପଦର୍ଶନ ପାଇଁ ଧୋନୀ ଦଳର ଖେଲାଳି ଅମ୍ବାତି ରାୟଡୁ ଓ ଫାଫ ଡୁପ୍ଲେସିସଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ସେ କହିଛନ୍ତି ଆମର ଖେଳାଳି ଠିକ ସ୍ଥାନରେ ପହଂଚିବାକୁ ସମୟ ଲାଗିଥିଲା । ଉଭୟ ବ୍ୟାଟ୍ସମ୍ୟାନ ଭଲ ଭାଗିଦାରୀ ହୋଇାପରିଛନ୍ତି । ଆମର ଅନେକ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି କେହି ଆଘାତ ପାଇ ନାହାନ୍ତି । ଟିମକୁ ଧୋନୀଙ୍କର ସପୋର୍ଟ ରହିଛି କିନ୍ତୁ ଏହା ଭିତରେ ଆହୁରି ପରିଶ୍ରମ ଦରକାର ଓ ସମୟର ଜ୍ଞାନ ରହିବା କଥା କହିଛନ୍ତି ଧୋନୀ । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ଗତ ବର୍ଷ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ତାଙ୍କୁ ପଡିଆରେ ଦେଖିବା ପାଇଁ ଅନେକ ଫ୍ୟାନ୍ସମାନେ ମଧ୍ୟ ପ୍ରତିକ୍ଷା କରିଥିଲେ । ତେଣୁ ସେ କିଛି ଅଲଗା ଅନୂଭୁତି କରୁଥିବା କଥା ମଧ୍ୟ କହିଛନ୍ତି । ଏହା ସହିତ ତାଙ୍କ ଟିମ୍ ଭଲ ପ୍ରୟାସ କରିଛନ୍ତି ବୋଲି ସେ କହିଛନ୍ତି । ଆଗକୁ ଭଲ କରିବେ ବୋଲି କ୍ୟାପଟେନ କୁଲ ଧୋନୀ କହିଛିନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024