ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲୋକଙ୍କ ସୁବିଧା ପାଇଁ ବ୍ୟାଙ୍କ, ଆୟକର ବିଭାଗ ଏବଂ ଜିଏସଟି କାର୍ଯ୍ୟାଳୟ ଶନିବାର ଏବଂ ରବିବାର ଖୋଲା ରହିବ । ଏହାଦ୍ୱାରା ଲୋକଙ୍କୁ ଆୟକର ପଇଠ ଏବଂ ଜିଏସଟି ପଇଠ କରିବାରେ ସହଜ ହୋଇଯିବ । ସେପଟେ ଅପ୍ରିଲ ୧ ରେ ସାଧାରଣ ଜନତାଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
ରାଜସ୍ୱ ସଂଗହର ଲକ୍ଷ୍ୟ ହାସଲ କରିବାରେ ବିଭାଗ ଲାଗିପଡିଛି, ସେଥିପାଇଁ ରବିବାର ବି କାର୍ଯ୍ୟଳୟ ଖୋଲା ରଖିବା ପାଇଁ କୁହାଯାଇଛି । ସେପଟେ ସିବିଆଇସି ପକ୍ଷରୁ କୁହାଯାଇଛି ଯେ, କରଦାତ୍ତାଙ୍କ ସହାୟତା ପାଇଁ ପୂର୍ବ ଭଳି ଏଥର ମଧ୍ୟ ସିବିଆଇସି ର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ମାର୍ଚ୍ଚ ୩୦ ଏବଂ ୩୧ ରେ ଖୋଲା ରହିବ ।
ଏନେଇ ସିବିଡିଟି ପକ୍ଷର କୁହାଯାଇଛି କି, ଆକଳନ ବର୍ଷ ୨୦୧୮-୧୯ ପାଇଁ ସଂଶୋଧିତ କର ପଇଠ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧,୨୦୧୯ । ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି । ସେଥିପାଇଁ ସାରା ଦେଶରେ ମାର୍ଚ୍ଚ ୩୦ ଏବଂ ୩୧ ରେ ଆୟକର କାର୍ଯ୍ୟାଳୟ ଖୋଲା ରହିବ ।
ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ରେ ସମସ୍ତ ବ୍ୟାଙ୍କ ଖୋଲା ଯିବ ବୋଲି କୁହାଯାଇଛି । ଯାହାଦ୍ୱାରା ୨୦୧୮-୧୯ ର ସସସ୍ତ ସରକାରୀ ନେଣ ଦେଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ । ଆରଟିଜିଏସ୍ ତଥା ଏନଇଏଫ୍ଟି ସମେତ ସମସ୍ତ ଡିଜିଟାଲ ନେଣ ଦେଣ ମାର୍ଚ୍ଚ ୩୦ ଏବଂ ୩୧ ରେ କରାଯିବ ।