ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ): ପୁଣି ଗଣଦୁଷ୍କର୍ମ । ବିବାହର ୬ମାସ ପରେ ଅଭିଯୁକ୍ତ ମାନେ ଭାଇରାଲ କଲେ ଭିଡିଓ । ଉତ୍ତରପ୍ରଦେଶର ମଉ ଅଞ୍ଚଳରେ ଜଣେ ଯୁବତୀଙ୍କୁ ୬ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଘଟଣାଟି ୬ମାସ ପୂର୍ବର ହେଲେ ଭିଡିଓ ଭାଇରାଲ ହେବା ଯେଗୁ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚାର ବିଷୟ ପାଳଟିଛି ।
ସୂଚନା ଅନୁସାରେ ଘୋସି କୋତବାଲିର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ୬ମାସ ତଳେ ୬ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଯୁବତୀ ଜଣଙ୍କ ଏହି ବିଷୟରେ ତାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ । କିନ୍ତୁ ଲୋକ ଲଜ୍ଜା ଭୟରେ ପରିବାର ଲୋକ ଏହି ବିଷୟରେ କାହାରିକୁ କିଛି ଜଣାଇ ନଥିଲେ ଓ ଅଭିଯୋଗ ମଧ୍ୟ କରିନଥିଲେ । ଏହା ପରେ ପରିବାର ଲୋକ ମିଶି ଯୁବତୀର ବିବାହ କରାଇ ଦେଇଥିଲେ । ବିବାହର ୬ମାସପରେ ଅଭିଯୁକ୍ତ ମାନେ ଦୁଷ୍କର୍ମ କଲା ବେଳର ଭିଡିଓକୁ ଭାଇରାଲ କରିଥିଲେ ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଯୁବତୀ ଜଣଙ୍କ ଶାଶୁ ଘର ଲୋକଙ୍କ ନଜରକୁ ଆସିଥିଲା । ଏହି ଭିଡିଓକୁ ଦେଖିବା ପରେ ଯୁବତୀ ଜଣଙ୍କ ଶାଶୁ ଘର ଲୋକ ତାଙ୍କୁ ଘରୁ ତଡି ଦେଇଥିଲେ । ଏହା ପରେ ପିଡୀତା ପୋଲିସ ନିକଟରେ ସବୁ କଥା କହିବା ସହ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗକୁ କେନ୍ଦ୍ର କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।