ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବଢିବ ବର୍ଷା । ରାଜ୍ୟରେ ଆଜି ବର୍ଷାର ପରିମାଣ ବଢିପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ସତର୍କ କରାଯାଇଛି । ବିଶେଷ କରି ଉପକୂଳ ଓଡିଶାରେ ଆଜି ବର୍ଷାର ପରିମାଣ ଅଧିକ ରହିବ । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ସମେତ କେନ୍ଦୁଝର ,ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ଅନୁଗୁଳ, ଭଦ୍ରକ ଓ ସୁନ୍ଦରଗଡରେ ଆଜି ବର୍ଷା ଅଧିକ ହେବ ବୋଲି ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି । ବିଶେଷ କରି ଦିନ ୧୧ ଟା ମଧ୍ୟରେ ପ୍ରବ ଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି ।
ଅନ୍ୟପଟେ ଆଜି ସକାଳୁ ଭୁବନେଶ୍ୱରରେ ପାଗ ମେଘୁଆ ରହିଛି । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆକଳନ କରାଯାଉଛି । ଏନେଇ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବି ମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି ।
ସୂଚନାଯୋଗ୍ୟ ଗତ ୫ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ବଡିଛି । ଯାହା ପ୍ରଭାବରେ ଚାଷୀ ଟିକେ ଆଶ୍ୱସ୍ତ ହୋଇଛନ୍ତିି । କ୍ଷେତରେ ରୁଆ ରୁଇ ପାଇଁ ସମୟ ଗଡି ଯାଇଥିଲେ ମଧ୍ୟ ବର୍ଷାର ପରିମାଣ ବଢିବାରୁ ପୁଣି ପାଗ ଅନୁକୂଳ ହୋଇଛି । ଚଳିତ ବର୍ଷ ୧୦ ଦିନ ବିଳମ୍ଭରେ ମୌସୁମୀ ବାୟୁ ରାଜ୍ୟରେ ପ୍ରଭାହିତ ହୋଇଥିଲା ।