ମାଲାକାନଗିରି(ଏଟିଆର ବ୍ୟୁରୋ): ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି । ହେଲେ ମାଓବାଦୀ ମାନଙ୍କୁ କିଛି ଲୋକ ସମର୍ଥନ କରୁଥିବାରୁ ପୋଲିସ ସୋମାନଙ୍କୁ ଧରିବାରେ ବିଫଳ ହେଉଛି । ତେବେ ବର୍ତ୍ତମାନ ମାଓବାଦୀ ମାନଙ୍କୁ ବଡ ଝଟକା ଲାଗିଛି । ଶତାଧିକ ମାଓ ସମର୍ଥକ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଲାକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ ୨୫୦ରୁ ଅଧିକ ମାଓ ସମର୍ଥକ ଗତକାଲି ମାଥିଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ବିଗତ ଦିନରେ ଏମାନେ ମାଓବାଦୀ ମାନଙ୍କ ପାଇଁ କାମ କରୁଥିଲେ । ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବାରୁ ମାଓବାଦୀ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଏହା ସହ ମହୁପଦରରେ ପୋଲିସ ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି । ମାଥିଲି ପୋଲିସ ସମର୍ଥକ ମାନଙ୍କୁ ଡ୍ରେସ ଓ କମ୍ବଳ ବଣ୍ଟନ କରିଛନ୍ତି ।